ଗଞ୍ଜାମ ଜିଲ୍ଲା ବିଜେଡି ଜିଲ୍ଲାପରିଷଦ ମେମ୍ବରଙ୍କ ବନ୍ଧୁମିଳନ ।

0 1,063

ପୋଲସରା ,୩୦/୦୫(ପିପିଟି) :ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କସିପଡା ଗ୍ରାମସ୍ଥିତ ମା’ସିଂହାସନୀ ଶକ୍ତି ପୀଠ ର ସଭାଗୃହରେ ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ବିଜେଡି ଜିଲ୍ଲା ପରିଷଦ ମେମ୍ବରମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ପରିଷଦ ସଭ୍ଯ ଅଶୋକ କୁମାର ବିଷୋୟୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ଛତ୍ରପୁର ଜିଲ୍ଲା କାର୍ଯ୍ୟାଳୟ ଡିଆରଡିଏ ଓ ପ୍ରତ୍ୟେକ ବ୍ଳକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ମେମ୍ବରଙ୍କୁ ଅଣଦେଖା କରାଯାଉଥିବା ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପୋଲସରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ଯ, ଆସିକାର ପୂର୍ବତନ ସାଂସଦ ପ୍ରମିଳା ସ୍ବାଇଁ , ବ୍ରହ୍ମପୁରର ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ସୋରଡାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଛତ୍ରପୁରର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା,ପୂର୍ବତନ ଡି ଆରଡିଏ ର ମୁଖ୍ୟମନ୍ତ୍ରୀ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ଆସିକା ସାଂସଦ ପ୍ରାର୍ଥିନୀ ରଞ୍ଜିତା ସାହୁ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବସ୍କିପାତ୍ର, ଆସିକାର ନଚିକେତା ସ୍ବାଇଁ, ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରଥ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଝୁନୁ ଦାସ ଓ ଗଙ୍ଗାପାଣି ଜେନାଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ଜିଲ୍ଲା ପରିଷଦ ମେମ୍ବର ବୃନ୍ଦ ବୈଠକରେ ଅଂଶଗ୍ରହଣ କରିଥିଲେ । ସରକାର ପରିବର୍ତ୍ତନ ପରେ ବିଜେଡି ଜିଲ୍ଲା ପରିଷଦ ମେମ୍ବରମାନଙ୍କୁ ଅଣଦେଖା କରିବା ସହିତ ଜିଲ୍ଲା ପରିଷଦ ହାତ ପାଣ୍ଠିକୁ ଅଚଳ କରା ଯାଇଥିବା ବିଷୟକୁ ନେଇ ଆଲୋଚନା ହୋଇ କ୍ଷୋଭ ପ୍ରକାଶ କରି ଜିଲ୍ଲା ପ୍ରଶାସନ, ବ୍ଳକ ପ୍ରଶାସନ ଓ ବିଜେପି ବିଧାୟକଙ୍କ କାର୍ଯ୍ୟକଳାପକୁ ନେଇ ବିଷଦ ଆଲୋଚନା ହୋଇଥିଲା। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜରିଆରେ ଭାବର ଆଦାନ ପ୍ରଦାନ ହେବାସହ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରଣକୌଶଳ ନିର୍ଦ୍ଧାରଣ କରି ବିଜେଡି ଦଳକୁ ମଜବୁତ କରି ପୁଣିଥରେ ସ୍ଥିତି ଜାହିର କରିବା ପାଇଁ ଆଲୋଚନା କରାଯାଇଥିଲା।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.