ଭଞ୍ଜନଗର, ୨୯/୦୫(ପିପିଟି):ଭଞ୍ଜନଗର ଠାରୁ କୁଲାଡ଼ ରାସ୍ତାରେ ଥିବା କଂୟା ବ୍ୟାଘ୍ରଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆସନ୍ତା ମାସ ୪ରୁ ୯ତାରିଖ ପର୍ଯ୍ୟନ୍ତ ଯଥା ରୀତିନୀତି ଅନୁସାରେ ପାଳନ ହେବ।ଏଥିସହ ୨୪ପ୍ରହର ଅଖଣ୍ଡ ନାମଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ କାର୍ଯ୍ୟକ୍ରମ ରହିଛି।ଏଥି ନିମନ୍ତେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।ପ୍ରବଳ ଭିଡ଼ ମଧ୍ୟରେ କିଭଳି ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ସହ ସୁରୁଖୁରୁରେ ସମ୍ପାଦନ ହେବ ସେଥିପାଇଁ କମିଟି ସଦସ୍ୟମାନେ ଅହରହ ଉଦ୍ୟମ ଜାରି ରଖିଛନ୍ତି।ଯଜ୍ଞ ମଣ୍ଡପ ଆଦି ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ମନ୍ଦିର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ଦଳବେହେରାଙ୍କ ସମେତ ଶ୍ରୀରାମ ପ୍ରସାଦ ପାଳ, ସୁବାଷ ଚନ୍ଦ୍ର ପ୍ରଧାନ, ରାଘବ ଚନ୍ଦ୍ର ଆଚାର୍ଯ୍ୟ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପ୍ରତିଦିନ ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି।ଭଞ୍ଜନଗର ଠାରେ ବିଶ୍ୱ ଶାନ୍ତି ମହାଯଜ୍ଞର ସଫଳତା ପରେ ସମସ୍ତେ ଏଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ନେଇ ଅଧିକ ଉତ୍ସାହିତ ଥିବା ପରିଲକ୍ଷିତ ହେଉଛି।
ରିପୋର୍ଟ- (ଜେ.କେ ପଟ୍ଟନାୟକ)