ସ୍ୱାମୀଙ୍କୁ ବିଭତ୍ସ ଭାବେ ହତ୍ୟା କଲା ସ୍ତ୍ରୀ ।

0 336

ବେଗୁନିଆପଡା,୨୮/୦୫(ପିପିଟି): ବେଗୁନିଆପଡା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଗୋପାଳପୁର ସାହିରେ ସ୍ୱାମୀଙ୍କୁ ମାରଣାସ୍ତ୍ ଦ୍ୱାରା ଚୋଟ ପକାଇ ଇଟା ଛେଚି ବିଭତ୍ସ ଭାବେ ହତ୍ୟା କରିଛି ନିଜ ସ୍ତ୍ରୀ। ସ୍ୱାମୀଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଏହି ଘଟଣା ଘଟଇଥିବା କଥା ସ୍ତ୍ରୀ କହିଛି। ମୃତ ସ୍ୱାମୀ ହେଲେ ନାରାୟଣ ଭୂୟାଁ (୪୦)। ପ୍ରାପ୍ତ ସୂଚନା ଅନୁଯାୟୀ ନାରାୟଣ ଭୂୟାଁଙ୍କ ନିଜ ଘର ବେଗୁନିଆପଡା ଥାନା ଅନ୍ତର୍ଗତ ବିରିବାଟିଆ ଗ୍ରାମରେ। ସେ ଗୋପାଳପୁର ଗ୍ରାମର ରୀନା ଭୂୟାଁଙ୍କୁ ବିବାହ କରବା ପରେ ତାଳସର ନିକଟସ୍ଥ ଗୋପାଳପୁର ଠାରେ ରହୁଥିଲେ। ତାଙ୍କର ଗୋଟିଏ ଝିଅ (୧୬) ଓ ଆଉ ଗୋଟିଏ ପୁଅ (୧୨) ରହି ଆସୁଥିଲେ। ରୀନା ବାହାରେ ରହି କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ନିୟମିତ କଳହ ଲାଗିରହୁଥିଲା । ନାରାୟଣ ସୁରଟ ରେ କାମ ରହିଆସୁଥିବା ବେଳେ ନାରାୟଣ କୁଆଡେ ରୀନାଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବା ସହ ରୀନାଙ୍କୁ ସେ ନିର୍ଯ୍ୟାତନା ଦେଉଥିଲେ। ଗତ କାଲି ବିଳମ୍ବିତ ରାତିରେ ସ୍ୱାମୀ ନାରାୟଣ ସହ ରୀନା ର ପାଟିତୁଣ୍ଡ ହେବା ସହ ଉଭୟ ଧସ୍ତାଧସ୍ତି ହେବା ସହ ଏକ ପଥର ଉପରେ ନାରାୟଣ ପଡିଯଯିବା ପରେ ତାଙ୍କ ମୁଣ୍ଡକୁ ଇଟା ରେ ଛେଚି ଥିଲେ। ରୀନା ସେଠାରୁ ତାଙ୍କୁ ଘରକୁ ଘୋଷାଡ଼ି ଆଣିଵା ପରେ ନାରାୟଣ ଘରେ ଥିବା ଏକ କୁରାଢ଼ୀ ଆଣିବା ସମୟରେ ରୀନା ସେହି କୁରାଢ଼ୀକୁ ତାଙ୍କ ଠାରୁ ଛଡାଇ ନାରାୟଣଙ୍କୁ ଚୋଟ ପକାଇ ମାରିଦେଇଥିଲେ ଓ ପୁଣି ରାଗରେ ତାଙ୍କୁ ମାରିଦେବା ପାଇଁ ପୁଣି ଇଟାରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ଘଟଣା ଘଟିବା ପରେ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ଏହା ସହ ପୁରୁଷୋତ୍ତମପୁର ଏସଡିପିଓ ଦୀପକ କୁମାର ମିଶ୍ର ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସେପଟେ ଏହି ଘଟଣାରେ ସମ୍ପୃକ୍ତ ଅଛି ସେ ନେଇ ପୋଲିସ ଅଧିକ ତନାଘନା କରୁଛି। ସେପଟେ ନାରାୟଣଙ୍କ ମାଆ ନିଶା ଭୂୟାଁ ବେଗୁନିଆପଡା ଥାନାରେ ଲିଖିତ ଏତଲା ଦେଇଛନ୍ତି। ପୋଲିସ ରୀନାଙ୍କୁ ଗିରଫ କରିବା ସହ ଆଉ ଜଣଙ୍କୁ ମଧ୍ୟ ଅଟକ ରଖି ଜେରା କରୁଛି। ଶବକୁ ବ୍ୟବଛେଦ ପାଇଁ ପୋଲିସ ପଠାଇଛି।

Leave A Reply

Your email address will not be published.