ପୋଲସରା, ୨୪/୦୫(ପିପିଟି): ପୋଲସରା ସହର ନିକଟ ପାଟିଗଡ଼ ରୋଡ଼ ନିକଟରେ ଥିବା ମା ରତନୀ ଅଟୋ ଚାଳକ ସଂଘ କାର୍ଯ୍ୟାଳୟ ଗୃହ ପରିସରରେ ଶନିବାର ଓଡିଶା ଡ୍ରାଇଭର ମହାସଂଘ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ ୫୭ ଜଣଙ୍କର ଚକ୍ଷୁ ପରୀକ୍ଷଣ ନିମନ୍ତେ ପଞ୍ଜିକରଣ କରାଯାଇଥିଲା । ସେଥିମଧ୍ୟରୁ ୪୨ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିବା ବେଳେ ୭ ଜଣଙ୍କ ର ଅଧିକ ଚିକିତ୍ସା ନିମନ୍ତେ ସମରଝୋଳ ସ୍ଥିତ ଶଙ୍କର ଆଇ ହସ୍ପିଟାଲ କୁ ପଠା ଯାଇଥିଲା ଏବଂ ୨ ଜଣଙ୍କର ପରଳ ଅପରେସନ ଲାଗି ପଠାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମା ରତନୀ ଅଟୋ ଚାଳକ ସଙ୍ଘ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଆଇ ଟେକନିସିଆନ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷଣ କରିଥିଲେ ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା