ରାଜଶ୍ରୀ ବଳାସି ସମାଜର ବାର୍ଷିକ ସମ୍ମିଳନୀ ଉଦଯାପିତ ।

0 242

ପୋଲସରା ,୨୦/୦୫(ପିପିଟି) :ରାଜଶ୍ରୀ ବଳାସି ସମାଜର ଦୁଇ ଦିନିଆ ବାର୍ଷିକ ସମ୍ମିଳନୀ ୨୦୨୫ ଉଦଯାପିତ ହୋଇଯାଇଛି।ସମାଜର ରାଜଗୁରୁ, ନାୟକ, ଅଧିକାରୀ, ପ୍ରଧାନ, ପାତ୍ର, କେନ୍ଦ୍ର ପରିଷଦ, ସମୀକ୍ଷକ ମଣ୍ଡଳ ଓ ଗ୍ରାମ ପରିଷଦ ଙ୍କ ଉପସ୍ଥିତିରେ ପୋଲସରା ସହରର ମା ଦକ୍ଷିଣ କାଳୀ ମନ୍ଦିର ଠାରେ ଥିବା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ରାଜଶ୍ରୀ ବଳାସି ସମାଜର ବାର୍ଷିକ ସମ୍ମିଳନୀରେ ଆଇନ୍ ମନ୍ତ୍ରୀ ପୃଥିବୀ ରାଜ ହରିଚନ୍ଦନ ଯୋଗଦେଇ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଡିପିଆର ପ୍ରସ୍ତୁତ ହୋଇଥିବା ଘୋଷଣା କରିବା ସହ ମନ୍ଦିର ସମ୍ପର୍ଣ୍ଣ ପୂର୍ନବିନ୍ଯାସ ପାଇଁ ନିଷ୍ପତି ହୋଇଥିବା ପ୍ରକାଶ କରିଛନ୍ତି। ଏପରିକି ମାରଦା ମନ୍ଦିର ଏକ ତୀର୍ଥକ୍ଷେତ୍ରରେ ପରିଣତ କରାଯିବ। ଜଗନ୍ନାଥ ଙ୍କ ସମସ୍ତ ଲିଳାକ୍ଷେତ୍ର ଗୁଡ଼ିକ ଉନ୍ନତି କରଣ ହେବ।ପୁରିରେ ଠାକୁରଙ୍କ ନୀତି ଅନୁଯାଇ ମାରଦାରେ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପ୍ରକାଶ କରିଥିଲେ।ଏପରିକି ଏହି ସମାଜର ଲୋକଙ୍କୁ ଓବିସିରେ ସାମିଲ ନେଇ ନିବେଦନ କରିବାରେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ରର ସଂରକ୍ଷଣ ପାଇଁ ସହଯୋଗ କରିବେ।ବଳାସି ସମାଜର ସ୍ବତନ୍ତ୍ର ସ୍ଥାନ ରହିଥିବା ପ୍ରକାଶ ମଧ୍ଯ କରିଥିଲେ। ସେହିପରି ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦାନ ପୂର୍ବକ ଏକତା ହିଁ ସମାଜକୁ ବଳ ଦେଇଛି ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜଗୁରୁ ହିମାଂଶୁ ଶେଖର ରଥ, ଆଠଗଡ଼ ରାଜା ସାହେବ ଦୁର୍ଗା ଶଙ୍କର ପ୍ରସାଦ ହରିଚନ୍ଦନ ଜଗଦେବ,ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ତହସିଲଦାର ରବିନ୍ ଚର୍ଚିର୍ଲ ମିଶ୍ର, ରାଜଶ୍ରୀ ବଳାସି ସମାଜର କେନ୍ଦ୍ର ସଭାପତି ଚନ୍ଦ୍ରଶେଖର ସାହୁ,ଉପସଭ ସୁମନ୍ତ ସାହୁ, ସମ୍ପାଦକ ଭଗବାନ ପ୍ରଧାନ, ଯୁଗ୍ମ ସମ୍ପାଦକ କାଳୁ ଚରଣ ସାହୁ, ସହ ସମ୍ପାଦକ ରାଧାମାଧବ ପ୍ରଧାନ ଓ ରାମଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଥ ସାହୁ,ନାୟକ ବିକ୍ରମ ସାହୁ, ପାତ୍ର ସଞ୍ଜୟ ସାହୁ,ହରିହର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ ସମେତ ସମାଜର ଅନ୍ଯ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଏହି ଉଦଯାପିତ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରି ୪୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଯୁବ ସମାଜସେବୀ ପ୍ରଭାକର ପଣ୍ଡା, ଜଗନ୍ନାଥ ବାଢେଇ, ସଞ୍ଜୟ ସାହୁ,ଡି ସୁଶାନ୍ତ କୁମାର ସାହୁ ଙ୍କ ସହ ୩୫ ଜଣ କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.