ଭଦ୍ରକ,୧୯/୦୫:ଚଳିତ ମାସର ତୃତୀୟ ସୋମବାର ଚାନ୍ଦବାଲି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ, ଭଦ୍ରକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଜନ ଶୁଣାଣିରେ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ଜିଲ୍ଲା ପୋଲିସ ଅତିରିକ୍ତ ଆରକ୍ଷୀ ଅଧିକାରୀ ଅନୁପ ଅଭିଷେକ ବେହେରା ସମସ୍ତ ବିଭାଗରୁ ମୋଟ ୧୫୬ ଅଭିଯୋଗ ଶୁଣିଥିଲେ।ଉପ ଜିଲ୍ଲାପାଳ ସୌରବ ଚକ୍ରବତୀ,ପିଡି ଶୁଭେନ୍ଦୁ ସାମଲ, ସିଡ଼ିଏମ ସୁଧାଂଶୁ ଶେଖର ବଳ, ବିଡ଼ିଓଙ୍କ ଦାୟିତ୍ୱରେ ଥିବା ତହସିଲଦାର ଭବତୋଷ ମଲ୍ଲିକ ପ୍ରମୁଖ ଅଭିଯୋଗ ଶୁଣାଣିରେ ସହଯୋଗ କରିଥିଲେ।ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗ ଦେଇ ଜିଲ୍ଲାପାଳଙ୍କୁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିଲେ। ୧୫୬ଟି ଅଭିଯୋଗ ହୋଇ ଥିବା ବେଳେ ମୁଖ୍ୟତଃ ବାତ୍ୟା ଦାନା ସମୟରେ କ୍ଷୟକ୍ଷତି ତଥା କ୍ଷତିଗ୍ରସ୍ତ ଚାଷୀଙ୍କ ପାଉଣା ନ ମିଳିଵା, ରାସନ୍ କାର୍ଡ,ଆବାସ ଯୋଜନା,ଭତ୍ତା,ରାଜସ୍ବ, ରାସ୍ତା କାର୍ଯ୍ୟର ଅନିୟମିତତା ଏବଂ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ଅଭିଯୋଗ ହୋଇ ଥିଲା । ପ୍ରମୁଖ ଅଭିଯୋଗ ମଧ୍ୟରେ କଉଡ଼ିଆପାଳ ନିକଟରେ ପ୍ରମୁଖ ଦେବୀପିଠ ମାଟିଆ ମଙ୍ଗଳା ପିଠ ନିକଟରେ ତିନି ସହ ଏକର ସରକାରୀ ଜମିରେ ବେ ଆଇନ ଭାବେ ଚିଙ୍ଗୁଡ଼ି ଫାର୍ମକୁ ଉଛେଦ ପାଇଁ ସମାଜସେବୀ ବିଶ୍ୱନାଥ ସୁତାର ଦାବି କରିଥିଲେ, ତାଙ୍କ ଅଭିଯୋଗ ଅନୁଯାଇ ସରକାରୀ ଜମିରେ ବେ ଆଇନି ଭାବେ ଚିଙ୍ଗୁଡ଼ି ଚାଷ ହେବା ଦ୍ଵାରା ରାଜସ୍ବ ହାନି,ପରିବେଶ ପ୍ରଦୂଷଣ, ପାଖ ଚାଷ ଜମି ଚାଷ ଉପଯୋଗୀ ହେଉନି। ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଧିକାରୀ ମାନେ ପ୍ରକାଶ କରିଥିଲେ।
ଚାନ୍ଦବାଲି ଏନଏସି ଅନ୍ତର୍ଗତ ଆଦର୍ଶ ବିଦ୍ୟାଳୟ ପଛରେ ପୂର୍ତ୍ତ ବିଭାଗ ପକ୍ଷରୁ ହେଉଥିବା ୫ କୋଟି ଅଟକଳ ରେ ନିର୍ମାଣ ହେଉଥିବା ନୂତନ ହଷ୍ଟେଲ ନିର୍ମାଣ ର ଅନିୟମିୟତା ନେଇ ଅଭୟ କୁମାର ସାମଲଙ୍କ ମାଧ୍ୟମରେ ଲୋକମାନେ ଆସି ଜିଲାପାଳଙ୍କୁ ଅଭିଯୋଗ କରିଥିଲେ ଅଭିଯୋଗ ମୁତାବକ କାମରେ ନିମ୍ନ ମାନର ସିମେଣ୍ଟ, ରଡ଼ ଓ ଲୁଣା ବାଲି ବ୍ୟବହାର କରାଯାଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ ବା କୌଣସି ଅଧିକାରୀ କାର୍ଯ୍ୟ ସ୍ଥାନ ଉପରକୁ ଜମା ଯାଉନାହାନ୍ତି କିମ୍ବା ଲୋକଙ୍କ ଟେଲିଫୋନ ରିସିଭ କରୁନାହାନ୍ତି । ଆଗାମୀ ଦିନରେ ଅଞ୍ଚଳର ପିଲାମାନେ କେମିତି ସେ ହଷ୍ଟେଲ ରେ ରହିବେ ତାଙ୍କ ସୁରକ୍ଷା ନେଇ ଅଭୟ ସାମଲ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ ଜିଲାପାଳ ବିଭାଗୀୟ ଏସ ସୀଙ୍କୁ ଏବାବଦରେ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ । ମାଧପୁର ପଞ୍ଚାୟତର ଆଜିକୁ ପ୍ରାୟ ୧୦ ବର୍ଷ ଧରି ତିଆରି ଆରମ୍ଭ ହୋଇଥିବା ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧା ଖଣ୍ଡିଆ ଅବସ୍ଥା ରେ ପଡ଼ିରହିଛି ଏହି କେନ୍ଦ୍ର ସମାପ୍ତ ହୋଇଗଲେ ଅଞ୍ଚଳ ର ଲୋକମାନେ ଆଉ ତାଙ୍କ ଗୃହ ପାଳିତ ପଶୁ ପକ୍ଷୀଙ୍କ ଚିକିତ୍ସା ପାଇଁ ଚାନ୍ଦବାଲି ଉପରେ ନିର୍ଭର କରନ୍ତେ ନାହଁ । କି ୨୦ କିମି ରାସ୍ତା ଆସିବାକୁ ପଡ଼ନ୍ତାନି ବୋଲି ମାଧପୁର ବାସି ଅଭିଯୋଗ କରିଥିଲେ।ସରକାରୀ ସ୍ତରରେ ଏବେ ଅନ୍ ଲାଇନ ମାଧ୍ୟମରେ ଅଭିଯୋଗ ପାଇଁଁ ଵ୍ଯଵସ୍ଥା ରହି ଥିଲା ବେଳେ ମାତ୍ର ୨୦ ଟି ଅଭିଯୋଗ ପଞ୍ଜିକୃତ କରା ଯାଇ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।ଅଭିଯୋଗ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ଯେଉଁ ସବୁ ଅଭିଯୋଗ ଆସିଛି ସୂଚାରୁ ରୂପେ ଖୁବ୍ ଶୀଘ୍ର ସମାଧାନ କରିବାକୁ ସୂଚନା ଦେଇଛନ୍ତି। ଅଭିଯୋଗ ଶୁଣାଣି ଖରା ପାଇଁ ସଖାଳ ୭ ରୁ ଆରମ୍ଭ ହୋଇଥିଲା କିନ୍ତୁ ଅଭିଯୋଗ ଶୁଣାଣି ର ତାରିକ ଆଉ ସମୟ ପ୍ରଚାର ପ୍ରସାର ର ଅଭାବ ହେତୁ ଜନ ସାଧାରଣ ଜାଣି ପାରୁନଥିବା ଦେଖିବାକୁ ମିଳିଥିଲା।