ପ୍ରତୀକ ସାହିତ୍ୟ ସଂସଦ ତରଫରୁ ଡ଼. ବିଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା  ।

0 262

ଭଞ୍ଜନଗର, ୧୮/୦୫(ପିପିଟି) : ସ୍ଥାନୀୟ କୋର୍ଟ ସୁବର୍ଣ୍ଣ ଜୟନ୍ତୀ ପାଠାଗାର ଠାରେ ଭଞ୍ଜନଗରର ପୁରାତନ ସାହିତ୍ୟ ଅନୁଷ୍ଠାନ “ପ୍ରତୀକ ସାହିତ୍ୟ ସଂସଦ”ତରଫରୁ ସଭାପତି ରବୀନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇ ଅଞ୍ଚଳର ଜଣାଶୁଣା ଡ଼ା. ବିଜୟ କୁମାର ପଣ୍ଡା, ଅବସରପ୍ରାପ୍ତ ଗଞ୍ଜାମ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତାଙ୍କର ଦାୟିତ୍ୱବୋଧ ଓ ଉତ୍ତମ ସେବା ପାଇଁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଘୁମୁସରର ଦୁଇ ଗର୍ବ ଓ ଗୌରବ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଏବଂ ଚକରl ବିଷୋୟୀଙ୍କ ସାହିତ୍ୟକୃତି ଓ ବୀରତ୍ୱର ଗାଥାର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କରି ସ୍ମୃତି ଉଦେଶ୍ୟରେ ଭଞ୍ଜନଗରରେ ଏକ ଐତିହାସିକ ପୀଠ ଭାବେ ଚକ୍ରଘାଟି ଓ ଗଣ୍ଡିଶୂଳାର ରୂପାନ୍ତରିତ କାର୍ଯ୍ୟ ସରକାରଙ୍କ ତରଫରୁ ଅଗ୍ରାଧିକାର ଭିତ୍ତିରେ ଚାଲିଥିବା କହିଥିଲେ l ଅନ୍ୟ ସମ୍ମାନିତ ଅତିଥିଭାବେ ଡ଼. କମ୍ଭୁପାଣି ସାମନ୍ତ, ପ୍ରଫେସର କୃତ୍ତିବାସ ବିଶ୍ୱାଳ, ଡ. ଶିବରାମ ପଣ୍ଡା ଓ ଡ଼. ଶ୍ୟାମା ପ୍ରସାଦ ମିଶ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ “ସମର୍ପିତ ସେବାରେ ପୂଣ୍ୟଭୂମି ଘୁମୁସର”ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଡ. ବିଜୟ କୁମାର ପଣ୍ଡା ଗାଁ ମାଟିର ପରମ୍ପରା ଓ ଅତୀତର ସ୍ମୃତି ସାଉଁଟି ମାଆ ମାଟି ଦେଇଥିବା ଆତ୍ମ ପରିଚୟକୁ ପ୍ରଶଂସା କରିଥିଲେ । ବାହାଡାପଦର ଗାୟତ୍ରୀ ପରିବର ତରଫରୁ ଅତିଥି ସ୍ୱାଗତ କରାଯାଇଥିଲା । ଡ଼. ନଳିନିପ୍ରଭା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ନେହଲତା ବିଷୋୟୀ ଓ ଡ.ଗାୟତ୍ରୀ ସାହୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପ୍ରତୀକ ସାହିତ୍ୟ ସଂସଦର ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ସନ୍ତୋଷ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜଗବନ୍ଧୁ ଜେନାଙ୍କ ଦ୍ୱାରା ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ କରାଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ବହୁ ସାହିତ୍ୟବନ୍ଧୁ, ଓକିଲ ବନ୍ଧୁ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଯୋଗଦେଇଥିଲେ । କୋଷାଧ୍ୟକ୍ଷ ଜଗବନ୍ଧୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।ସମାଜସେବୀ ଶୂଳପାଣି ଶତପଥୀଙ୍କ ସମ୍ପାଦନରେ ଜାତୀୟ ସଂଗୀତ ଗାନ କରାଯାଇଥିଲା ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.