ଖୋର୍ଦ୍ଧା,୧୬/୦୫(ପିପିଟି):ଜାତୀୟ ଡେଙ୍ଗୁ ଦିବସ ଅବସରରେ ଶନିବାର ଦିନ ବେଗୁନିଆସ୍ଥିତ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶରେ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅଭାସୀ ପଦ୍ଧତିରେ ‘ଡେଙ୍ଗୁରୋଗର ଲକ୍ଷଣ, କାରଣ,ପ୍ରତିରୋଧ ଓ ନିୟନ୍ତ୍ରଣ ‘ପ୍ରସଙ୍ଗ ଉପରେ ବକ୍ତୃତାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ବିଦ୍ୟାର୍ଥୀଙ୍କୁ ନେଇ କନିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସସ୍ମିତା ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ବିଚାରକ ରୂପେ ଶିକ୍ଷୟିତ୍ରୀ ସୁରଜିତା ଦଳେଇ,ରିସ୍ମା ରଶ୍ମି ପାଇକରାୟ ଓ ଲକ୍ଷ୍ମୀ ପ୍ରିୟା ତ୍ରିପାଠୀ କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି ବିଭାଗରେ ଅଭିମନ୍ୟୁ କର ପ୍ରଥମ, ଶୁଭ୍ରଜ୍ୟୋତି ରଥ ଦ୍ଵିତୀୟ ଓ ଆରିଆନ କୁମାର ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ତତ୍ୱାବଧାନରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ନେଇ ବରିଷ୍ଠ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ, ପ୍ରଭାତ କୁମାର ନିଶଙ୍କ ଓ ଶିକ୍ଷୟିତ୍ରୀ ସୁନିତା ପୃଷ୍ଟିବିଚାରକ ରୂପେ କୃତୀ ପ୍ରତିଯୋଗୀଚୟନ କରିଥିଲେ ।ଏଥିରେ ଅମିତ ଅଭିଷେକ ସାହୁ ପ୍ରଥମ, ପୂର୍ଣ୍ଣମିତ ବଳିୟାରସିଂହ ଦ୍ଵିତୀୟ ଏବଂ ସୁଚରିତା ମହାରଣା ତୃତୀୟ ସ୍ଥାନ ଦଖଲ କରିଥିଲେ । ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁକନିଷ୍ଠ ପ୍ରତିଯୋଗୀମାନଙ୍କୁ ଶିକ୍ଷୟିତ୍ରୀ ଆଶା ମୁର୍ମୁ, ମୋହିନୀ କାନ୍ତି ଦାସ ଓ ଶିକ୍ଷକ ଅଜିତ କୁମାର ପୁରୀ ଏବଂ ବରିଷ୍ଠ ପ୍ରତିଯୋଗୀ ମାନଙ୍କୁ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ଓ ଶୁଭଲକ୍ଷ୍ମୀ ସାହୁ ଡେଙ୍ଗୁ ଜ୍ୱରର ଲକ୍ଷଣ, ସଂକ୍ରମଣ, ଏଡିସ ମଶାର ଚିହ୍ନଟ,ଏଡିସ ମଶା ବଂଶ ବିସ୍ତାର ସ୍ଥାନ,ଡେଙ୍ଗୁ ରୋଗ ଚିହ୍ନଟ ପାଇଁ ରକ୍ତ ପରୀକ୍ଷା କେନ୍ଦ୍ର, ଚିକିତ୍ସା, ଡେଙ୍ଗୁ ନ ହେବାପାଇଁ ଘରେ ଓ ଘର ବାହାରେ ନେବାକୁ ଥିବା ପଦକ୍ଷେପ, ଡେଙ୍ଗୁ ରୋଗ ବ୍ୟାପିଥିବା ଅଂଚଳରୁ ଅନ୍ୟ ଅଂଚଳକୁ ନ ବ୍ୟାପିବା ଲାଗି ଆବଶ୍ୟକ ପଦକ୍ଷେପ ଓ ଡେଙ୍ଗୁ ପ୍ରତିରୋଧ ପାଇଁ ଆମ ସମସ୍ତଙ୍କ ଭୂମିକା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଅବଗତ କରି ପ୍ରତିଯୋଗିତା ନିମିତ୍ତ ପ୍ରସ୍ତୁତ କରିଥିଲେ ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।