ମାଟି ତଳୁ ଶିବଲିଙ୍ଗ ଉଦ୍ଧାର କଲେ ବେଣାକୁନ୍ଦା ଗ୍ରାମବାସୀ ।

0 309

ଭଞ୍ଜନଗର ୧୭/୦୫(ପିପିଟି) : ଭାରତରେ କେଉଁ ପ୍ରାଚୀନ କାଳରୁ ଦେବଦେବୀଙ୍କୁ ପୂଜା କରାଯାଉଥିବା କିମ୍ବଦନ୍ତୀ ରହିଛି।ଆଜି ମଧ୍ୟ ମାଟି ତଳୁ ଓ ପାଣି ଭିତରୁ ବହୁ ମୂର୍ତ୍ତି ଠାବ ହେଉଛି।ଏଭଳି ଏକ ଘଟଣା ଭଞ୍ଜନଗର ନିକଟସ୍ଥ ବେଣାକୁନ୍ଦା ଗ୍ରାମରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗ୍ରାମର ଶଙ୍କର ଗୌଡ଼ଙ୍କୁ ସଂକ୍ରାନ୍ତି ପୂର୍ବ ରାତି ସମୟରେ ଦେବଦେବ ମହାଦେବଙ୍କ ସ୍ୱପ୍ନାଦେଶ ହୋଇଥିଲା। ସେ ପରଦିନ ସକାଳ ସମୟରେ ଏସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇବା ପରେ ସମସ୍ତେ ମିଶି ଖୋଜାଖୋଜି କରିଥିଲେ। ସ୍ୱପ୍ନାଦେଶ ଅନୁସାରେ ପୋଖରୀ ନିକଟରେ ଏକ ବୁଦା ମୂଳରେ କାଦୁଆ ପଙ୍କ ମଧ୍ୟରେ ଶିବ ଠାକୁରଙ୍କ ଏକ ଦିବ୍ୟ ଶିଳା ଲିଙ୍ଗ ସେମାନେ ପାଇଥିଲେ।ଖବର ପାଇ ଗ୍ରାମର ସମସ୍ତ ଲୋକ ସେହି ସ୍ଥାନରେ ଯାଇ ଭିଡ ଜମାଇଥିଲେ। ପୂଜାର୍ଚନା କରିବା ସହ ଭୋଗ ଧୂପ ଦୀପ ଦେଇ ଉକ୍ତ ଶିବ ଲିଙ୍ଗକୁ ଉଦ୍ଧାର କରିଥିବା ସୂଚନା ମିଳିଛି। ପରେ ଗ୍ରାମ ରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗ୍ରାମରେ ଠାକୁରଙ୍କ ଏକ ମନ୍ଦିର ନିର୍ମାଣ ପାଇଁ ଆଲୋଚନା ହେଉଥିବା ଜଣାପଡିଛି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.