ସୁକିନ୍ଦାରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ସଭା।

0 253

ଯାଜପୁର,୧୫/୦୫(ପିପିଟି): ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ୍ ଅମୃତ ରଞ୍ଜନ ନନ୍ଦଙ୍କ ନିର୍ଦ୍ଦେଶ କ୍ରମେ ସୁକିନ୍ଦା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ପ୍ରାଧିକରଣ ସଚୀବ ଜ୍ୟୋତିର୍ମୟୀ ଦାସଙ୍କ ଅଧ୍ୟକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଆଲୋଚକ ଭାବେ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର, ସୁକିନ୍ଦା ବ୍ଲକ୍ ଶିକ୍ଷା ଅଧିକାରୀ ନାରାୟଣ ଦାସ ଅତିଥି ଆଲୋଚକ ଭାବେ ଯୋଗଦେଇ କିଶୋର ନ୍ୟାୟ ୨୦୧୫,ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁ,ଆଇନ୍ ରେ ଛନ୍ଦି ହୋଇପଡୁଥିବା ଶିଶୁ ମାନଙ୍କ ନିମିତ୍ତ କାର୍ଯ୍ୟକାରୀ ହେଉଥିବା ବିବିଧ ବ୍ୟବସ୍ଥା ସହ ଶିଶୁ ପ୍ରିୟ ପଞ୍ଚାୟତ ଗଠନ ଓ ତାର ସାମାଜିକ କଲ୍ୟାଣ,ଶିଶୁ ବାଟିକା ରୁ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଯାଏ ପ୍ରତ୍ୟେକ ଶିଶୁ କିପରି ମାଗଣାରେ ବାଧ୍ୟତା ମୂଳକ ଶିକ୍ଷା ଗ୍ରହଣ କରିବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିବା ବେଳେ ସଚୀବ ଶ୍ରୀମତୀ ଦାସ ନାଲସାର ଟୋଲ୍ ଫ୍ରି ନମ୍ବର ୧୫,୧୦୦ ର ବ୍ୟବହାର ସହିତ ରାଜ୍ୟ ଓ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଦ୍ଵାରା ଲୋକଙ୍କ ମଙ୍ଗଳ ପାଇଁ ଗ୍ରହଣ କରାଯାଉଥିବା ବିବିଧ ବ୍ୟବସ୍ଥା ସମ୍ବନ୍ଧ ରେ ଆଲୋକପାତ କରିଥିଲେ। ପ୍ରଥମେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ରଞନ କୁମାର ବେହେରା ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କଲ୍ୟାଣ ସଂପ୍ରସାରଣ ଅଧିକାରିଣୀ ଶ୍ବେତଲିନା ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମେତ ପ୍ରାଧିକରଣ ଏବଂ ବ୍ଲକ୍ କର୍ମଚାରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Leave A Reply

Your email address will not be published.