ପୋଲସରା ବ୍ଲକ୍ ବିଭିନ୍ନ ଶିକ୍ଷକ ସଂଘ ତରଫରୁ ନୂତନ ବିଇଓଙ୍କୁ ସମ୍ବର୍ଦ୍ଧନା।

0 396

ପୋଲସରା ,୧୪/୦୫(ପିପିଟି):ଆଜି ପୋଲସରା ବ୍ଲକର ବିଭିନ୍ନ ଶିକ୍ଷକ ସଂଗଠକ ତରଫରୁ ନୂତନ ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କ୍ରମରେ ପିଷ୍ଟା ଶିକ୍ଷକ ସଂଘ ତରଫରୁ ସଭାପତି ସନ୍ନ୍ୟାସୀ ସାହୁଙ୍କ ନେତୃତ୍ୱରେ ସଂପାଦକ ଦିଲୀପ କୁମାର ସେଠୀ, ଜିଲ୍ଲା ସଂଘ ଉପସଭାପତି କୁଳମଣି ସାହୁଙ୍କ ସମେତ ଅନେକ ସଦସ୍ୟ/ସଦସ୍ୟା ବୃନ୍ଦ ଏଵଂ ଏୟୁପିଟିଏଫ୍ ଶିକ୍ଷକ ସଂଘ ତରଫରୁ ସଂପାଦକ ଅମିତାଭ ମିଶ୍ରଙ୍କ ନେତୃତ୍ୱରେ ସଦସ୍ୟ/ସଦସ୍ୟା ବୃନ୍ଦ କାର୍ଯ୍ୟାଳୟକୁ
ଯାଇ ବିଇଓଙ୍କୁ ଉତ୍ତରୀୟ ଏଵଂ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିବାବେଳେ ବ୍ଲକର ସାନବରଗାଁ ସ୍ଥିତ ଲିଙ୍ଗରାଜ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ସାହୁଙ୍କ ସମେତ ବର୍ତ୍ତିନୀ ଗ୍ରାମସ୍ଥିତ ଗୋପୀନାଥ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ ଦ୍ୱୟ ମିଳିତ ଭାବେ ବିଇଓ ମହୋଦୟଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦେଇଥିବାର ଦେଖିବାକୁ ମିଳିଥିଲା।
ସମ୍ବର୍ଦ୍ଧିତ ହେବାପରେ ବିଇଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିବାସହ ସମସ୍ତଙ୍କ ଉତ୍ତରୋତ୍ତର କାମନା କରିଥିଲେ। ଏଥିସହ ଶିକ୍ଷାର ଉନ୍ନତି ସକାଶେ ଯଥାସାଧ୍ୟ ଚେଷ୍ଠା କରିବେ ବୋଲି ପ୍ରତିଶୃତି ଦେବା ସହିତ ସମସ୍ତଙ୍କ ଠାରୁ ସଠିକ୍ ସହଯୋଗ ଆସାପୋଷଣ କରିଥିଲେ। ଏହି ଅବସରରେ ସମସ୍ତଙ୍କ ସହିତ ବିଭିନ୍ନ ସମସ୍ୟା ଏଵଂ ବିଷୟ ଉପରେ ଆଲୋଚନା କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.