ସୁବର୍ଣ୍ଣପୁର ,୦୬/୦୪(ପପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ, ରଥପୁର ସଭାଗୃହ ଠାରେ ପତ୍ରିକା ମୁଖ୍ୟ ସମ୍ପାଦକ ଡ଼ ଯୁଧିଷ୍ଠିର ଖମାରୀ ଙ୍କ ଅଧ୍ୟକ୍ଷତା ରେ ଏବଂ ପଙ୍କଜ ଖମାରୀ ଙ୍କ ସଭାପତିତ୍ୱରେ କଦମ ଫୁଲ ସାହିତ୍ୟ ସଂସଦ ର ପଞ୍ଚମ ବାର୍ଷିକ ଉତ୍ସବ ଓ ସାହିତ୍ୟ ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କବି ଡ଼ ରାଧେଶ୍ୟାମ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାର ପ୍ରଥମ ଅଧିବେଶନ ରେ ଗୋରେଖ ନାଥ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ କ ଭାବରେ ଉଦଘାଟନ କରିଥବାବେଳେ ମୀନା ମହାରଣା, ବ୍ରଜମୋହନ ଦାନୀ ସମ୍ମାନିତ ଅତିଥି ଭାବରେ ଏବଂ ସୁଦାମ ଚରଣ ନାଏକ ମୁଖ୍ୟବକ୍ତା ଭାବରେ ଯୋଗଦେଇ କୋଶଲି ଭାଷା ସାହିତ୍ୟର ଉନ୍ନତି ଦିଗରେ ଆଲୋଚନା କରିଥିଲେ । ଅନୁଷ୍ଠାନ ର ମୁଖ୍ୟ ଉପଦେଷ୍ଟା ସୌମିତ୍ରୀ କର୍ଣ୍ଣ ବାର୍ଷିକ ବିବରଣୀ ପାଠ କରିଥିଲେ । ଅନୁଷ୍ଠାନ ବାର୍ଷିକ ମୁଖପତ୍ର “କଦମଫୁଲ” ଅତିଥି ମାନଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା । ପ୍ରତିବର୍ଷ ଭଳି ଏ ବର୍ଷ କଦମଫୁଲ ସାହିତ୍ୟ ସମ୍ମାନରେ ବର୍ଷିଆନ କବି ଭିକାରି ଚରଣ ପ୍ରଧାନ ଙ୍କୁ, କଦମଫୁଲ କଳା ସମ୍ମାନ ରେ ଯୁବ ଦଣ୍ଡ କଳାକାର ଲିଙ୍ଗରାଜ ଛତ୍ରିଆ ଏବଂ କଦମଫୁଲ ପାଠକ ସମ୍ମାନରେ ବବିତା ବେହେରା ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ମାନଗୋବିନ୍ଦ ମେହେର, ଗୋପୀକୃଷ୍ଣ ପାଣ୍ଡିଆ, ଡ଼ ଅନିରୁଦ କୁରୁକୁରିଆ, କିଶୋର କୁମାର ହୋତା, ଗୀତାଞ୍ଜଳି ମିଶ୍ର ତରଣୀସେନ ଗୁରୁ ପ୍ରମୁଖ ମଞ୍ଚାସିନ ଥିବାବେଳେ କବି ସନ୍ତୋଷିନୀ ନାୟକ ଏବଂ ଶ୍ରଦ୍ଧାଞ୍ଜଳି ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ଆସରରେ ବଲାଙ୍ଗୀର, ବୌଦ୍ଧ, ବରଗଡ଼,ସୋନପୁର ଜିଲ୍ଲାରୁ ଆସିଥିବା ବହୁ ତରୁଣ ନବୀନ କବି ମାନେ ସ୍ୱରଚିତ କୋସଲି କବିତା ପାଠ କରିଥିଲେ । ସମଗ୍ର କାର୍ଯ୍ୟକ୍ରମ କୁ ଅଖୋଜ କୁମାର ଶାଣ୍ଢ ତତ୍ଵାବଧାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ର କୁନି କୁନି ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଶାନ୍ତନୁ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କବି ପ୍ରଭାତ କୁମାର ଖମାରୀ, ରଞ୍ଜନ କୁମାର ସା, ଲିପୁନ ସା ସାର୍ତ୍ତିକ ବଡ଼ମାଳି, ଯୋଗେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ