କାଜୁ ଜଙ୍ଗଲରୁ ମିଳିଲା ମା’ବ୍ୟାଘ୍ରଦେବୀଙ୍କ ଚୋରି ସାମଗ୍ରୀ ।

0 350

ଭଞ୍ଜନଗର, ୦୫/୦୫(ପିପିଟି):ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ତଳ ବ୍ୟାଘ୍ରଦେବୀ ମନ୍ଦିରରୁ ଗତ ୨୫ତାରିଖ ରାତିରେ ଚୋରି ହୋଇଥିଲା।ଏହି ଘଟଣାର ସୋମବାର ପର୍ଦ୍ଦାଫାଶ କରିଛି ପୋଲିସ। ଦେବୀଙ୍କ ୩୫ଟି ରୂପା ଆଖି, ୩ଟି ସୁନା ଚିତା, ୨ଟି ରୂପା ଭୁଲର୍ତା ଚୋରି ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ସମ୍ପୃକ୍ତ ମୋଟ ୮ଜଣଙ୍କ ମଧ୍ୟରୁ ୪ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଆଉ ୪ଜଣ ଫେରାର ଅଛନ୍ତି। କିନ୍ତୁ ଦୃର୍ବୁତ୍ତ ମାନେ ଭୟରେ ମା’ଙ୍କର ଆହୁରି ଅନେକ ସାମଗ୍ରୀ ଛାଡି ଚାଲି ଯାଇଥିଲେ।

ସୂଚନା ଯୋଗ୍ୟ ଯେ, ୪ଜଣ ଦୁର୍ବୃତ୍ତ ସେହିଦିନ ରାତି ପ୍ରାୟ ୨ଟା ସମୟରେ ମନ୍ଦିର ମଧ୍ୟରେ ମୁଖା ପିନ୍ଧି ପଶିଥିଲେ। ପରେ ଠାକୁର ଘର କବାଟ ଭାଙ୍ଗି ଭିତରେ ପଶି ଏକ ଘଣ୍ଟା ମଧ୍ୟରେ ମା’ଙ୍କର ଦେହରେ ଲାଗିଥିବା ବହୁ ସୁନା ଓ ରୁପା ସାମଗ୍ରୀ ଚୋରି କରି ନେଇଥିଲେ। ଏସମ୍ପର୍କରେ ଖବର ପାଇ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ଗଠନ କରି କେସ ନଂ ୪୫୨/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା। ଘଟଣାସ୍ଥଳର ସିସି ଟିଭି ଫୁଟେଜ ଆଧାରରେ ସମସ୍ତ ଦୁର୍ବୁତ୍ତ ମାନଙ୍କୁ ଚିହ୍ନଟ କରା ଯାଇଥିଲା।ହେଲେ ସେମାନେ ଫେରାର ଥିଲେ। ସେଥି ମଧ୍ୟରୁ ୪ଜଣ ଧରା ପଡିବା ପରେ ସେମାନଙ୍କୁ ପଚରା ଉଚରା ବେଳେ ସମସ୍ତ ଘଟଣାକୁ ଲୁଟେରା ମାନେ ସ୍ୱୀକାର କରିଥିଲେ।ନିକଟସ୍ଥ କାଜୁ ଜଙ୍ଗଲରେ ସମସ୍ତ ଚୋରି ସାମଗ୍ରୀ ବିକ୍ରୀ କରି ନ ପାରି ସେମାନେ ମାଟିତଳେ ପୋତିଦେଇ ଥିଲେ। ୨ଟି ସୁନାର ଆଖି କେବଳ ଉଦ୍ଧାର ହୋଇ ନଥିବା ବେଳେ ଅନ୍ୟ ସମସ୍ତ ଚୋରି ସୁନା ଓ ରୁପା ସାମଗ୍ରୀ ଜବତ କରାଯାଇଛି।ଆଜି ଉକ୍ତ ୪ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ସେମାନେ ହେଲେ କୁଲାଡ଼ ଅଞ୍ଚଳର ସନ୍ତୋଷ ନାୟକ, ରବୀନ୍ଦ୍ର ନାୟକ, ସୁଶାନ୍ତ ନାୟକ ଓ ଅନ୍ୟ ଜଣେ ହେଲେ ମାଆ’ଙ୍କର ଗୋଟିଏ ସୁନା ଆଖିପତା ରଖିଥିବା ଟୁକୁନା ସ୍ୱାଇଁ।ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସୁଜିତ କୁମାର ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ଟିମ୍ ରେ ଆଇଆଇସି ଶ୍ରୀ ଜେନାଙ୍କ ସମେତ ଏସ ଆଇ ସମୀର କୁମାର ସେଠୀ,ଏସ ଆଇ ଲଷ୍ମୀଧର ମହାନ୍ତି,ଏ ଏସ ଆଇ ଏସ.ଏନ ମଲିକ,ଦିଲୀପ ରାଉତ, ସନ୍ତୋଷ ନାୟକ, ଯଶୋବନ୍ତ ମାଝୀ, ଗଜେନ୍ଦ୍ର ସ୍ୱାଇଁ ସାମିଲ ଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.