ବେଲଗୁଣ୍ଠା,୦୩/୦୫(ପିପିଟି):ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମରେ ଶ୍ରୀଶ୍ରୀଶ୍ରୀ ସିଦ୍ଧେଶ୍ଵରୀ ମହାମାୟୀଙ୍କ ମନ୍ଦିର ତଥା ବିଗ୍ରହ, ପଞ୍ଚମୁଖୀ ହନୁମାନଙ୍କ ବିଗ୍ରହ ଏବଂ ବୃଷଭ ପ୍ରତିଷ୍ଠା ଉପଲକ୍ଷେ ଅଠଚାଳିଶି ପ୍ରହର ପଞ୍ଚ ମହାଯଜ୍ଞ ଅନୁଷ୍ଠିତ ହେଉଛି ।ଏହି ଅବସରରେ ଗ୍ରାମରେ ଅଠଚାଳିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ, ଅନ୍ନ ଯଜ୍ଞ, ଘୃତ ଯଜ୍ଞ, ଗୋ ଯଜ୍ଞ ଏବଂ ଜ୍ଞାନ ଯଜ୍ଞ ଅନୁଷ୍ଠିତ ହେଉଛି । ନାମ ଯଜ୍ଞରେ ସିଙ୍ଗିପୁର ସମେତ, ବାଘୁଆପଲ୍ଲୀ,ରାମ ଗଡ଼, ଗାଙ୍ଗପୁର,ବଡ଼ ସାଦରା,ଖାରିଗୁଡ଼ା ଏବଂ ମହୁଲପଲ୍ଲୀର ସଂକୀର୍ତ୍ତନ ମଣ୍ଡଳୀ ଅଂଶ୍ରଗହଣ କରିଛନ୍ତି । ଏହି କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ଦଳ ବେହେରା,ଧବଳେଶ୍ଵର ସ୍ୱାଇଁ, ଦିବାକର ପଲେଇ, ନବୀନ କୁମାର ଜେନା, ରଞ୍ଜିତ କୁମାର ଗୌଡ଼, ମନୋଜ କୁମାର ପଲେଇ, ରଞ୍ଜିତ୍ କୁମାର ଜେନା, କାହ୍ନୁଚରଣ ଦଳ ବେହେରା, କାଳୁ ଚରଣ ଗୌଡ଼,ଧୋବା ବିଷୋୟୀ, ବସନ୍ତ କୁମାର ଜେନା, ଧବଳେଶ୍ଵର ଗୌଡ଼, ତ୍ରିଲୋଚନ ଜେନା,ସଞ୍ଜୟ ପ୍ରଧାନ, ସନ୍ତୋଷ କୁମାର ଦଳ ବେହେରା, ଅବସରପ୍ରାପ୍ତ ଶିକ୍ଷକ ଜୟରାମ ସ୍ୱାଇଁ, ପିତାମ୍ବର ପୋଲାଇ, ଦିବାକର ପୋଲାଇ ଏବଂ କାଳୀ ଚରଣ ଗୌଡ଼ ପରିଚାଳନା କରୁ୍ଥିବା ବେଳେ ଗ୍ରାମବାସୀ ସହଯୋଗ କରୁଛନ୍ତି । ପ୍ରତ୍ୟେକ ଦିନ ଯଜ୍ଞ ଦେଖିବା ସହିତ ପ୍ରସାଦ ସେବନ ପାଇଁ ଆଖପାଖ ଗ୍ରାମ ଗୁଡିକରୁ ଲୋକଙ୍କ ସୁଅ ଛୁଟୁଛି । ସନ୍ଧ୍ୟା ସମୟରେ ଏହି ଭିଡ଼ ଅସମ୍ଭାଳ ହେଉଛି । ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହି ଯଜ୍ଞ ଆସନ୍ତା ଗୁରୁବାର ଦିନ ସମାପନ ହେବ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା