ମାଲକାନଗିରି ଜିଲ୍ଲାର ୫ଟି ହାଇ ଲେବେଲ୍ ସେତୁ ନିର୍ମାଣ କାର୍ଯ୍ୟ ଠପ୍ ।

0 269

ମାଲକାନଗିରି,୦୩/୦୫(ପିପିଟି) :ବନ୍ୟା ସମୟରେ ସୁରକ୍ଷା ଭାବେ ଗମନାଗମନ ପାଇଁ ମାଲକାନଗିରି ଜିଲ୍ଲାର ଜାତୀୟ ରାଜପଥ ଉପରେ ନିର୍ମାଣ କରାଯାଉଥିବା ୫ଟି ହାଇ ଲେବେଲ୍ ସେତୁ ବ୍ରିଜେଶ ଅଗ୍ରୱାଲ କମ୍ପାନୀ ଟେଣ୍ଡର ମାଧ୍ୟମରେ କାର୍ଯ୍ୟ କରୁଥିବା ବେଳେ ନିର୍ମାଣର ସମୟ ସୀମା ସମାପ୍ତି ହୋଇ ଯାଇଛି। ନିର୍ମାଣାଧୀନ କାର୍ଯ୍ୟ ଅହେତୁକ ବିଳମ୍ବ ଯୋଗୁଁ ଏହି କମ୍ପାନୀକୁ କାର୍ଯ୍ୟ ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି। ଫଳରେ ସମସ୍ତ ସେତୁ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡି ରହିଛି।ଆଗମୀ ବର୍ଷା ଋତୁରେ ଗମନାଗମନ ପୁନଶ୍ଚ ବାଧା ପ୍ରାପ୍ତ ହେବ।
ସୂଚନାଯୋଗ୍ୟ ଯେ ବିଳାସ ପୁରୀର ବ୍ରିଜେଶ ଅଗ୍ରୱାଲ କମ୍ପାନୀ ଗତ ତା: ୧.୭.୨୦୨୨ ରିଖରେ ପାଙ୍ଗାମ,ପଟେରୁ,କାଙ୍ଗୁରକୋଣ୍ଡା, ଏମଭି-୯୦ ଏବଂ ଏମଭି-୯୬ ଆଦି ୫ଟି ହାଇ ଲେବେଲ୍ ସେତୁ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲା ବେଳେ ଏହାର ଅଟକଳ ମୂଲ୍ୟ ୭୯ କୋଟି ଟଙ୍କା ଥିଲା। ଏହି କମ୍ପାନୀ ୫ ଗୋଟି ସେତୁ ନିର୍ମାଣ ପାଇଁ ଟେଣ୍ଡର ପାଇଥିଲା ବେଳେ ୧.୭.୨୦୨୪ ରେ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଚୁକ୍ତି ନାମା କରିଥିଲା। ଇତି ମଧ୍ୟରେ ଉକ୍ତ କମ୍ପାନୀ ମାତ୍ର ୩୦ ପ୍ରତିଶତ କାର୍ଯ୍ୟ କରିଥିଲା ବେଳେ ବାରମ୍ବାର ତାଗିଦ ସତ୍ବେ ଅଦ୍ୟାବଧି କାର୍ଯ୍ୟରେ ତ୍ବରାନ୍ବିତ ହୋଇ ନ ଥିଲା । ବର୍ତ୍ତମାନ ଗ୍ରୀଷ୍ମ ଋତୁ ପରେ ପରେ ବର୍ଷା ଋତୁର ଆଗମନ ହେଲେ। ପ୍ରତି ବର୍ଷ ଭଳି ବର୍ଷା ଋତୁରେ ବିଭିନ୍ନ ନଦୀ ଗୁଡିକରେ ବନ୍ୟା ଆସି ଗମନାଗମନରେ ପ୍ରତି ବନ୍ଧକ ସୃଷ୍ଟି କରିଥାଏ । ତତ୍ ସଂଲଗ୍ନ ବ୍ରିଜ ଗୁଡ଼ିକର ଉଚ୍ଚତା କମ ଯୋଗୁଁ ବନ୍ୟାଜଳ ସ୍ତର ବୃଦ୍ଧି ପାଇ ବିପଦ ସଂକୁଳ ସୀମା ଉଲଘଂନ କରିବା ଯୋଗୁଁ ଗମନାଗମନ ଠପ୍ ହୋଇଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ଜାତୀୟ ରାଜ ପଥ ଅର୍ଥାତ୍ ଗୋବିନ୍ଦ ପଲ୍ଲୀ ଠାରୁ ମୋଟୁ ଅଭିମୁଖେ ଯାଇଥିବା ଜାତୀୟ ରାଜ ପଥରେ ୫ଟି ହାଇ ଲେବେଲ୍ ବ୍ରିଜ୍ ନିର୍ମାଣ ଲାଗି ଟେଣ୍ଡର ଆହ୍ବାନ କରାଯାଇଥିଲା। ବର୍ତ୍ତମାନ ଏହି ବ୍ରିଜ୍ ନିର୍ମାଣ ଅହେତୁକ ବିଳମ୍ବ ଯୋଗୁଁ ବ୍ରିଜେଶ ଅଗ୍ରୱାଲ କମ୍ପାନକୁ ଗତ ୨୨.୪.୨୦୨୫ ତାରିଖରେ ବହିଷ୍କୃତ କରାଯାଇଛି। ପୁନଶ୍ଚ ଅତି ନିକଟରେ ଏହି ୫ଟି ହାଇ ଲେବେଲ୍ ବ୍ରିଜ ନିର୍ମାଣ ପାଇଁ ନୂତନ ଭାବେ ଟେଣ୍ଡର ଆହ୍ବାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.