ଅମ୍ଳାନ ସ୍ମୃତିର ମହକ ପୁସ୍ତକ ଲୋକାର୍ପଣ ।

0 280

କୋଦଳା,୨୪/୦୪(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ର ପୁରାତନ ସ୍ୱର୍ଣ୍ଣ ମୟୀ ହାଇସ୍କୁଲର ଅବସର ପ୍ରାପ୍ତ ହିନ୍ଦୀ ଶିକ୍ଷକଙ୍କ ଦ୍ଵାରା ନୂତନ ଶୈଳୀରେ ସଜ୍ଜିତ,ବିଭିନ୍ନ ସାମାଜିକ ଘଟଣା ବହୁଳ ବିଷୟ ଉପରେ ଆଧାରିତ,ଆଲୋଚନା, ସମାଲୋଚନା ପର୍ଯ୍ୟାଲୋଚନା ମୂଳକ ୩୧୦ ପୃଷ୍ଠା ସମ୍ବଳିତ,ଅଭୁଲା ସ୍ମୃତିକୁ ପାଥେୟ କରି ଲିଖିତ “ଅମ୍ଳାନ ସ୍ମୃତିର ମହକ” ନାମକ କବିତା ସଙ୍କଳନ ପୁସ୍ତକଟି କୁ ସ୍ଥାନୀୟ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଇ .ରାମଚନ୍ଦ୍ର ପାତ୍ର ସ୍ୱ କରକମଳରେ ଲୋକାର୍ପଣ କରିଛନ୍ତି । ଫଳରେ ବିଭିନ୍ନ ସ୍ଥାନର ସାହିତ୍ୟ ପ୍ରେମୀ ବନ୍ଧୁମାନେ ଖୁସି ବ୍ଯକ୍ତ କରିଛନ୍ତି । ଉକ୍ତ ପୁସ୍ତକଟି ନୟାଗଡ଼ ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ପହଞ୍ଚି ଗଲାଣି । ପୂର୍ବରୁ ଅର୍ଥାତ୍ ୨୦୨୧ ମସିହାରେ କବିଙ୍କ ଦ୍ୱାରା ଲିଖିତ “ଜନ୍ମଭୂମି ଓ କର୍ମଭୂମି” ନାମକ ୩୦୦ ଖଣ୍ଡ ଗଦ୍ୟ ପୁସ୍ତକ ସ୍ଥାନୀୟ ଅଞ୍ଚଳରେ ବିନା ମୂଲ୍ୟରେ ପ୍ରଦାନ କରାଯିବା ସହିତ ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ଦ୍ୱାରା ବିଭିନ୍ନ ଜିଲ୍ଲାକୁ ପଠାଯାଇଥିଲା । ବହିର ବିଷୟବସ୍ତୁକୁ ପାଠ କରି ହୃଦୟଙ୍ଗମ କରିବା ପରେ ବଳଭଦ୍ରପୁର ଓଡ଼ଗାଁ ବ୍ଳକ୍ ନୟାଗଡ଼ ଜିଲ୍ଲାର ସଂସ୍କାର ଚାରିଟେବୁଲ ଟ୍ରଷ୍ଟ, “ସଂସ୍କାର ନାଟ୍ୟ ନିର୍ଦ୍ଦେଶକ” ପ୍ରତିଭା ସମ୍ମାନ ଶିକ୍ଷାବିତଙ୍କୁ ପ୍ରଦାନ କରିଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.