ମୃତ ପର୍ଯ୍ୟଟକଙ୍କୁ ଚାନ୍ଦବାଲି ବଜରଙ୍ଗ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି।

0 262

ଚାନ୍ଦବାଲି,୨୩/୦୪: ଜମ୍ମୁ କାଶ୍ମୀରର ପହଲଗମ୍ ଠାରେ ଗତ କାଲି ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଚାନ୍ଦବାଲି ବଜରଙ୍ଗ ଦଳ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏନେଇ ଚାନ୍ଦବାଲି ଖଣ୍ଡ ବଜରଙ୍ଗ ଦଳ ପକ୍ଷରୁ ବୁଧୁବାର ସଂଧ୍ୟାରେ ସ୍ଥାନୀୟ କାଳୀ ମନ୍ଦିର ନିକଟରୁ ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ମହମବତୀ ଶୋଭାଯାତ୍ରା କରାଯିବା ସହିତ ଘଟଣାକୁ ପ୍ରତିବାଦ କରାଯାଇଛି। ଦଳର ଶତାଧିକ କାର୍ଯ୍ୟକର୍ତ୍ତା ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିବା ସହିତ ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସୂର୍ଯ୍ୟକାନ୍ତ ନାୟକ,ଚାନ୍ଦବାଲି ଓକିଲ ସଂଘ ସଭାପତି ଉପେନ୍ଦ୍ର ରାଉଳ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ପାଣି, ଯୁବନେତା ବିଜୟ ବେହେରା,ଜଗନ୍ନାଥ ରାଉତ, ଅନୁପ ଜେନା, ଦେବ୍ ଦେବାଶିଷ ନାୟକ, ଶଶିକାନ୍ତ ମଲ୍ଲିକ, ବିଶ୍ଵନାଥ ସୁତାର, ସନ୍ତୋଷ ବାରିକ୍, ଅଭୟ ସାମଲ, ନୀଳମଣି ପଣ୍ଡା,ପୁଷ୍ପକ କୁମାର ସାହୁ, ଦିବେନ୍ଦୁ ମହାପାତ୍ର, ସସ୍ମିତା ଦାସ, ରତିକାନ୍ତ ନାୟକ, ବାବୁ ବେହେରା, ଶୁଭେନ୍ଦୁ ମହାନ୍ତି ଓ କ୍ଷୀରୋଦ ମହଲା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.