ମା ସାତଭଉଣୀଙ୍କ ମନ୍ଦିର ପ୍ରତିଷ୍ଠା ।

0 253

କୋଦଳା,୨୧/୦୪(ପିପିଟି):ବେଗୁନିଆପଡା ସ୍ଥିତ ମା’ ସାତଭଉଣୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମେତ ବିଶ୍ବକଲ୍ୟାଣାର୍ଥେ ଏକାଦଶ ଦିବସ ବ୍ୟାପି ବିଶ୍ବଶାନ୍ତି ପଞ୍ଚ ମହାଯଜ୍ଞ ଆରମ୍ଭ ହୋଇଯାଇଛି । ୨୦ ତାରିଖରେ ଅଞ୍ଚଳ ର ନୈସ୍ଟିକ ବ୍ରାହ୍ମଣ ମାନଙ୍କ ଉପସ୍ଥିତିରେ ଅଙ୍କୁରା ରୋପଣ ହୋଇଥିବା ବେଳେ ଆଜି ଦ୍ଵିତୀୟ ଦିବସରେ ଖରଖରି ନଦୀ ଘାଟରୁ ଶତାଧିକ ମହିଳା ଜଳପୂର୍ଣ୍ଣ କଳସ ମୁଣ୍ଡରେ ଧରି ଗ୍ରାମ ପରିକ୍ରମା କରି ଯଜ୍ଞସ୍ଥଳରେ କଳସ ସ୍ଥାପନ କରିଛନ୍ତି। ୨୨/ ୦୪ ରେ ମନ୍ଦିର ର ରତ୍ନମୁଦ ହେବାକୁ ଥିବାବେଳେ ବୁଧବାର ଦେବୀଙ୍କ ମହାସ୍ନାନ ସହିତ ମନ୍ଦିର ପ୍ରବେଶ ଓ ଯଜ୍ଞକାର୍ଯ୍ୟ ଆରମ୍ଭ ହେବ ।ରବିବାର ପୂର୍ଣ୍ଣାହୁତି ସହିତ ଯଜ୍ଞ କାର୍ଯ୍ୟ ସମାପନ କରାଯିବ ବୋଲି ଜଣାପଡ଼ିଛି । ଏହି ଅବସରରେ ଗ୍ରାମରେ ଅଧ୍ୟତ୍ମିକ ପରିବେଶ ସୃଷ୍ଟି ହେଉଥିବା ବେଳେ ହଜାର ହଜାର ଭକ୍ତ ଉପସ୍ଥିତ ରହି ମା’ଙ୍କ କରୁଣା ଲାଭ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ନେଉଥିବା ଦେଖାଦେଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.