ଅସନ୍ତୋଷ ପ୍ରକାଶ କରି ବିଜେଡିରେ ସାମିଲ ହେଲେ ୪୦ରୁ ଉର୍ଦ୍ଧ୍ବ ବିଜେପି ପରିବାର ।

0 269

ପୋଲସରା ,୧୭/୦୪ (ପିପିଟି):ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ  ବୁଧବାର ଦିନ ପୋଲସରା ବ୍ଳକ୍ ଅନ୍ତର୍ଗତ ଗୋଛାବାଡ଼ି ଗ୍ରାମ ପଞ୍ଚାୟତର ୪୦ ରୁ ଉର୍ଦ୍ଧ୍ବ ବିଜେପି ପରିବାର ବିଜେପି ତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଜଣାପଡିଛି। ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ସଭାପତିତ୍ବରେ ଗ୍ରାମରେ ଏକ ସଭାର ଆୟୋଜନ କରାଯାଇ କସିପଡା ସ୍ଥିତ ମାଁ ସିଂହାସନୀଙ୍କ ଶକ୍ତି ପୀଠରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଜେପି ଛାଡିଥିବା ୪୦ରୁ ଉର୍ଦ୍ଧ୍ବ ପରିବାରକୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ବିଧିବଦ୍ଧ ଭାବେ ବିଜେଡି ଦଳରେ ସାମିଲ୍ କରାଇଥିଲେ। ଗତଦିନ ତଳେ ବିଜେଡି ଛାଡ଼ି କିଛି ଲୋକ ବିଜେପିରେ ସାମିଲ ହୋଇଥିବା ବେଳେ ଦିର୍ଘ ଦିନ ଧରି ବିଜେପିର ପ୍ରତ୍ୟେକ ସୁବିଧା ଓ ଅସୁବିଧା ସମୟରେ ଛିଡା ହେଇ ଆସୁଥିବା ଆଗଧାଡିର କର୍ମୀ ମାନେ ତାଙ୍କ ପ୍ରତି ଆଣଦେଖା କରି ନିଜ ଫାଇଦା ପାଇଁ ସେମାନଙ୍କୁ ଦଳରେ ନେଇଥିବା ବେଳେ ଅସନ୍ତୋଷ ପ୍ରକାଶ କରି ବିଜେଡିରେ ସାମିଲ ହୋଇଛନ୍ତି।ଗୋଛାବାଡି ପଞ୍ଚାୟତର ବିଜେଡି ସଭାପତି ଧିରୋଜ କୁମାର ସାହୁଙ୍କ ନେତୃତ୍ୱରେ ଟୁନା ବେହେରା, ଗତିକର ସାହୁ, ନାରାୟଣ ସ୍ବାଇଁ, ପ୍ରଶନ ଗୌଡ଼, କାଳିଆ ଗୌଡ଼, କୃତିବାସ ଗୌଡ଼, କୁନା ବେହେରା ସମେତ ୪୦ ରୁ ଉର୍ଦ୍ଧ୍ୱ ବିଜେପି ପରିବାର ବିଜେଡିରେ ସାମିଲ ହୋଇଥିଲେ। ଜିଲ୍ଲା ପରିଷଦ ମେମ୍ବର ଅଶୋକ ବିଷୋୟୀ ଓ ବିକ୍ରମ ନାୟକଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.