ତୁମେ ଯଦି ଭୁଲି ଯାଇ
ଆଉ କାହାର ହୋଇବ….
ଲୁହର ଲହଡ଼ି ଭାଙ୍ଗି
ନଈ ହୋଇ ବୋହିବ….!!
ଅତିତର ସବୁ କଥା ସ୍ମୃତି ହୋଇ ନାଚିବ
ପଥର ଛାତିଟା ମୋର ଚୁନା ଚୁନା ହୋଇବ….!!
ତୁମେ ଯେବେ ଯିବ ଚାଲି ଏକା ଏକା ଲାଗିବ
ଚିର ଦିନ ପାଇଁ କ୍ଷତ ଚିହ୍ନ ହୋଇ ରହିବ…!!
ବିରହର ଯେତେ କଷ୍ଟ ମେଘ ହୋଇ ବର୍ଷିବ
ତୁମ କଥା ଝୁରି ଝୁରି ଛାତି ମୋର ଫାଟିବ…!!
ମୋ ମନର ବଗିଚାକୁ ଫଗୁଣ ନ ଆସିବ
କୋକିଳର ମିଠା ସ୍ବର କର୍ଣ୍ଣକୁ ନ ବାଜିବ….!!
ମଲା ପରେ ତୁମ ଚିଠି କିଏ ଆଉ ପଢିବ
ତୁମ ହାତ ଲେଖା ଚିଠି ମୋ ଜୁଇରେ ଜଳିବ…!!
କେବେ ଯଦି ମନେ ପଡ଼େ ଶ୍ମଶାନକୁ ଆସିବ
ଆଞ୍ଜୁଳାଏ ଫୁଲ ଦେଇ ସମାଧିକୁ ଦେଖିବ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)