ଭଏସ ଅଫ ମିଡ଼ିଆର ସଧାରଣ ବୈଠକ ।

0 281

ସୁବର୍ଣ୍ଣପୁର ,୦୮/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଭଏସ ଅଫ ମିଡ଼ିଆ ସଂଘ ପକ୍ଷରୁ ଗତକାଲି ଐତିହାସିକ ଛିନଛାନ୍ ଡୁଙ୍ଗୁରି ଯୋଗେଶ୍ୱର ବାବା ମନ୍ଦିର ଠାରେ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ସଂଘ ର କିପରି ତାର ଭୂମିକା ରହିବ, କର୍ମକର୍ତ୍ତା ମାନେ ମାନେ କିପରି ସେମାନଙ୍କର ଶୃଙ୍ଖଳିତ କର୍ତ୍ତବ୍ଯ ନିର୍ବାହ କରିବେ ସେ ଦିଗରେ ସବିଶେଷ ଆଲୋଚନା ହୋଇଥିଲା। ବରିଷ୍ଠ ସାମ୍ବାଦିକ ମୁରଲୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିର୍ବାଚନ ଅଧ୍ୟକ୍ଷ ସ‌ହଦେବ ମେହେରଙ୍କ ଉପସ୍ଥିତିରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥୁଲା I ନୂତନ ସଭାପତି ଭାବେ ସନ୍ତୋଷ କୁମାର ମିଶ୍ରଙ୍କୁ ଚୟନ କରାଯାଇଥିବା ବେଳେ ଉପ-ସଭାପତି ଭାବେ ଶଶୀକାନ୍ତ ସୁନା, ରଞ୍ଜନ ହୋତା ଓ ସମ୍ପାଦକ ଭାବେ ଭାସ୍କର ବାବୁ ଶ୍ରଦ୍ଧାକାର ଦାସ ଚୟନ ହୋଇଥିଲେ। ସେହିପରି ଯୁଗ୍ମ ସମ୍ପାଦକ ଭାବେ ସରୋଜ ପ୍ରକାଶ ପଧାନ ଓ କୋଷାଧକ୍ଷ ଭାବେ ନୀଳ କମଲ ମିଶ୍ର ଙ୍କୁ ଚୟନ କରାଯାଇଥିଲା। ଉପଦେଷ୍ଟା ମଣ୍ଡଳୀରେ ମୁରଲୀଧର ସାହୁ, ଶେଷଦେବ ବାରିକ, ଲେଖାରାଜ ସାଗର, ସତ୍ୟବ୍ରତ ପଧାନ, ଅଶ୍ଵିନୀ ନେପାକ, ନରହରି ମହାପାତ୍ର, ସତ୍ୟବାନ ପୁରୋହିତଙ୍କୁ ଚୟନ କରାଯାଇଥିବା ବିଷୟ ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ଏହି ସାଧାରଣ ବୈଠକରେ ଜିଲ୍ଲା ର ସମସ୍ତ ବ୍ଲକରୁ ଗ୍ରାମାଞ୍ଚଳ ରୁ ସାମ୍ବାଦିକ ମାନେ ଯୋଗ ଦେଇଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.