ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଭଞ୍ଜନଗର କଵି ସମ୍ବରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ରକ୍ତ ଦାନ ଶିବିର ।

0 274

ଭଞ୍ଜନଗର,୦୮/୦୪(ପିପିଟି): ରାଜ୍ୟର ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟ ନେଇ ଓଡ଼ିଆ ପକ୍ଷ ପାଳନ କରାଯାଉଛି । ଏହି ଅବସରରେ ସେଚ୍ଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଏବଂ ରାଜ୍ୟରେ ରକ୍ତଦାନ ଆନ୍ଦୋଳନକୁ ସଫଳ କରିବା ପାଇଁ ମଙ୍ଗଳବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ । ଏହା ସହ ସମସ୍ତ ସେଚ୍ଛାକୃତ ରକ୍ତଦାତା ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ବେହେରା ଶୁଭେଚ୍ଛା ଜଣାଇଛନ୍ତି। ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ଶିବିର ର ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ରୂପେ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର,ଭଞ୍ଜନଗର ବ୍ଲକ ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ପାଢୀ,ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀଶଙ୍କର ଶତପଥୀ ପ୍ରମୁଖ ମଞ୍ଚାସୀନ ରହି ରକ୍ତଦାତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରକ୍ତଦାନ ଜୀବନ ଦାନ । ରକ୍ତ ବିନା ମଣିଷ ବଞ୍ଚିପାରିବ ନାହିଁ। ଆଜି ପର୍ଯ୍ୟନ୍ତ କୃତ୍ରିମ ଉପାୟରେ ରକ୍ତ ତିଆରି କରାଯାଇ ପାରିନାହିଁ । ଏଥି ପାଇଁ ସ୍ୱେଚ୍ଛାକୃତ ରକ୍ତଦାନର ଆବଶ୍ୟକ‌ତା ରହିଛି। ଜଣେ ସୁସ୍ଥ ବ୍ୟକ୍ତି ରକ୍ତଦାନ କଲେ ସେହି ରକ୍ତ ଅନ୍ୟ ଜଣେ ବ୍ୟବ‌ହାର କରି ବଞ୍ଚିପାରିବ ବୋଲି ଶିବିର ରେ ମତ ପ୍ରକାଶ ପାଇଛି। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ବିଭାସ କୁମାର ଦାସ ଶିବିରକୁ ସଂଯୋଜନା କରିଥିଲେ। ଅଧ୍ୟାପକ ବାବୁଲା ପ୍ରଧାନ, ଏନସିସି ଅଫିସର ଲେଫ୍ଟନାଣ୍ଟ ରଜନିକାନ୍ତ ତ୍ରିପାଠୀ,ଲେଫ୍ଟନାଣ୍ଟ ଡ.ରବିନ୍ଦ୍ର କୁମାର ମିଶ୍ର,ବିଦେଶୀ କୁମାର ରାଉତ,ସୁଶାନ୍ତ ବେହେରା, ସିମାଞ୍ଚଳ ବେହେରା, ସୁନିଲ କୁମାର ଦାସ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

(ରିପୋର୍ଟ- ଜେ.କେ.ପଟ୍ଟନାୟକ)

Leave A Reply

Your email address will not be published.