ବିଦ୍ୟାବିକକାଶ ନିକେତନରେ ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଦିବସ ପାଳନ ।

0 225

ବୋଲଗଡ଼,୦୮/୦୪(ପିପିଟି): ସହିଦ୍ କାଳିଆ ଭୁଇଁ ମୁଳ ଏବଂ ସହିଦ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମୃତି ପରିଷଦ,ବାଙ୍କୋଇ ତଥା ପି.ଏସ.ଏସ ସାଗରଗୁଆଁର ମିଳିତ ଆନୁକୂଲ୍ୟରେ ୧୮୧୭ ଖୋର୍ଦ୍ଧା ପାଇକ ବିଦ୍ରୋହର ପ୍ରଥମ ସହିଦ ବାଙ୍କୋଇ ଗଡ଼ର ପାଇକ ସର୍ଦାର କଳାସିଂହ କାଳିଆ ଭୁଇଁମୁଳ ଏବଂ ତାଙ୍କର ପୁତୁରା ସହୀଦ ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କର ମହାନ ପବିତ୍ର ବଳିଦାନ ଅବସରରେ ସାଗରଗୁଆଁ ବିଦ୍ୟା ବିକାଶ ନିକେତନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର କାର୍ଯ୍ୟକାରୀ ସଭାପତି ତଥା ମହାନ ସହୀଦ ଦ୍ୱୟଙ୍କର ଦାୟାଦ ଡକ୍ଟର କୃଷ୍ଣଚନ୍ଦ୍ର ପଟ୍ଟନାୟକ ଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ସଭାରେ ବିଦ୍ୟାବିକାସ ନିକେତନର ସମସ୍ତ ଗୁରୁଜୀ,ଗୁରୁମା,ଶିକ୍ଷାକର୍ମଚାରୀ ତଥା ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ସଭାପତି ଡକ୍ଟର କୃଷ୍ଣଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ଦେଶପ୍ରେମୀ ତଥା ମହାନ ଦେଶଭକ୍ତ ବାଙ୍କୋଇ ଗଡ଼ର ପାଇକ ସର୍ଦାର କଳାସିଂହ କାଳିଆ ଭୁଇଁ ମୁଳ ଏବଂ ତାଙ୍କର ପୁତୁରା ସଚ୍ଚିଦାନନ୍ଦ ପଟ୍ଟନାୟକ ଭାରତର ସ୍ଵାଧୀନତା ପାଇଁ ଯଥାକ୍ରମେ ୦୬/୦୪/୧୮୧୯ ମଙ୍ଗଳ ବାର ଦିନ ବୋଲଗଡ଼ ଆମ୍ବତୋଟା ରେ ଏବଂ ୧୮/୦୪/୧୮୧୯ ରବିବାର ଦିନ ହସି ହସି ଫାଶି ଖୁଣ୍ଟରେ ଜୀବନକୁ ବଳିଦାନ ଦେଇଥିଲେ। ସେ ବିଷୟରେ ଆଲୋକପାତ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ,ନିର୍ବିଶେଷରେ ସମସ୍ତେ ଏକତ୍ରିତ ତଥା ଏକନିଷ୍ଠ ଭାବରେ ଦେଶ ଜାତି ସର୍ବୋପରି ବିଶ୍ୱର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଜୀବନ ଯାପନ କରିବା ପାଇଁ ଛାତ୍ରଛାତ୍ରୀ ତଥା ଉପସ୍ଥିତ ସମସ୍ତଙ୍କୁ ଡକ୍ଟର ପଟ୍ଟନାୟକ ଉଦବୋଧନ ଦେଇ ଥିଲେ। ଶେଷରେ ବିଦ୍ୟାବିକାଶ ନିକେତନର ଗୁରୁମା ଶ୍ରାଦ୍ଧାନ୍ଂଳି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ସମ୍ବାଦଦାତା-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.