ମେଧାବୃତ୍ତି ପ୍ରାପ୍ତ ଛାତ୍ରଙ୍କୁ ସମ୍ବର୍ଦ୍ଧନା ।

0 246

ମାଲକାନଗିରି, ୦୭/୦୪(ପିପିଟି) :ରାଷ୍ଟ୍ରୀୟ ପ୍ରତିଭା ଓ ମେଧା ଭିତ୍ତିକ ଛାତ୍ରବୃତ୍ତିରେ ଜିଲ୍ଲାର ୬୩୬ଜଣ ବିଦ୍ୟାର୍ଥୀ ଭାଗ ନେଇ ୩୨ଜଣ ବିଦ୍ୟାର୍ଥୀ କୃତିତ୍ୱ ଅର୍ଜନ କରିଥିଲେ। ସେଥିରୁ ମାଲକାନଗିରି ପୌରପାଳିକାର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁମୁଟିଗୁଡା ର ଅଷ୍ଟମ ଶ୍ରେଣୀ ର ଦୁଇଟି ଛାତ୍ର ପର୍ଶୁରାମ ସୋଡି ଏବଂ ରାଜେଶ ମାଡକାମି କୃତିତ୍ୱ ଅର୍ଜନ କରିଥିଲେ। ଏହି ଅବସରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର କୃତିତ୍ୱ ଅର୍ଜନ କରିଥିବା ଛାତ୍ର ମାନଙ୍କୁ ପଦକ ପ୍ରଦାନ କରି ଶୁଭେଚ୍ଛା ଜଣାଇଥିଲେ। ଜଣେ ଛାତ୍ର ୫୦ ହଜାର ବୃତ୍ତି ଅର୍ଥାତ୍ ବର୍ଷକୁ ୧୨ ହଜାର ୫ ଶହ ପାଇବେ। ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲଷ୍ମୀ ରାଣୀ କୀର୍ତ୍ତନିଆ ଏବଂ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.