ଉତ୍କଳ ଦିବସରେ ଓଡ଼ିଆ ଅସ୍ମିତା ନେଇ ଓଡ଼ିଆ ପକ୍ଷ ପାଳନ ।

0 402

ଭଞ୍ଜନଗର,୦୩/୦୪(ପିପିଟି) : ରାଜ୍ୟ ସରକାର ଚଳିତ ବର୍ଷ ଏପ୍ରିଲ ୧ ଉତ୍କଳ ଦିବସରୁ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟକୁ ନେଇ ରାଜ୍ୟ ସରକାର ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ତେଣୁ ଗୁରୁବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ମୋ’ ପୋଷାକ, ମୋ’ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସର ମୂଳ ଲକ୍ଷ୍ୟ ହେଲା ମୋ’ ପୋଷାକରୁ ହିଁ ମୋ ପରିଚୟ ସୃଷ୍ଟି କରିବା। ଆମ ବସ୍ତ୍ର ହେଉଛି ଆମ ସ୍ବାଭିମାନ ଓ ପରିଚୟ। ସମସ୍ତେ ଆମେ ହସ୍ତତନ୍ତ ପିନ୍ଧିବା। ଏହାଦ୍ବାରା ଆମ ଅଞ୍ଚଳର ବୁଣାକାରମାନେ ଲାଭବାନ ହେବେ। ଏଥିସହ ସମ୍ପୃକ୍ତ ଅଞ୍ଚଳର ଅର୍ଥନୀତି ମଧ୍ୟ ବିକାଶ ହୋଇପାରିବ। ତେଣୁ ହସ୍ତତନ୍ତ କପଡ଼ା ବ୍ୟବହାର କରିବା ଲକ୍ଷ୍ୟ ନେଇ ଆଜିର ଦିବସ ପାଳନ ହେଉଛି।ଏହି ଅବସରରେ ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଉପଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପାରମ୍ପରିକ ପୋଷାକ ପରିଧାନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ସେହିପରି ଭଞ୍ଜନଗର ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡିଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ  ରବୀନ୍ଦ୍ର କୁମାର ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ବ୍ଲକ ଯୋଗାଣ ବିଭାଗ ଅଧିକାରୀ ଶୁଭଶ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ କର୍ମଚାରୀମାନେ ଆଜି ହସ୍ତତନ୍ତରେ ପ୍ରସ୍ତୁତ କପଡ଼ା ପିନ୍ଧି କାର୍ଯ୍ୟାଳୟକୁ ଆସିଥିଲେ। ଏଥିସହ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ଆଜି ହସ୍ତତନ୍ତ କପଡ଼ା ପିନ୍ଧି କାର୍ଯ୍ୟାଳୟକୁ ଆସିଥିଲେ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.