ଧାମରା,୦୨/୦୪:ଘରୋଇ କଳିରୁ ଝିଅକୁ ପିଟିପିଟି ସଂଜ୍ଞାହୀନ କରି ଝିଅକୁ ଘରେ ପକାଇ ଦେଇ ବାପା ଘର ଠାରୁ କିଛି ଦୂରରେ ଏକ ଗଛରେ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବାଂଶଡା ଥାନା ଘଣ୍ଟେଶ୍ୱର ଫାଣ୍ଡି ଅଧିନ ମାଣିପୁର ଗ୍ରାମରେ । ଏହି ଗ୍ରାମ ର ସୁରେନ୍ଦ୍ର ଜେନା ଆଜି ଦ୍ୱିପ୍ରହରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନିଜ ଝିଅ ଗୀତାଞ୍ଜଳି ଜେନାଙ୍କ ମଧ୍ୟ୍ୟରେ କୌଣସି କାରଣ କୁ ନେଇ ବଚସା ହୋଇ ଥିଲା। ବାପା ଉତ୍ତକ୍ତ୍ୟ ହୋଇ ନିଜ ଝିଅକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରେ ଝିଅ ସଂଜ୍ଞା ହୀନ ହୋଇ ଝିଅ ପଡ଼ିଯିବା ପରେ ବାପା ଘର ପାଖରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଦେଖିବାକୁ ମିଳିଛି । ଗ୍ରାମବାସୀ ଖବର ପାଇ ପହଞ୍ଚି ଦେଖିବା ବେଳକୁ ଅଷ୍ଟମ ଶ୍ରେଣୀର ଝିଅ ଗୀତାଞ୍ଜଳି ରକ୍ତ ଜୁଡୁବୁଡୁ ହୋଇ ତଳେ ପଡି ଥିବା ବେଳେ ଗ୍ରାମବାସୀ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଯୋଗେ ଝିଅକୁ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ । ଅନ୍ୟପଟେ ବାପାକୁ ଖୋଜିବାକୁ ଗଲା ବେଳକୁ ବାପା ଘର ଠାରୁ କିଛି ଦୂରରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସର ତଦନ୍ତ ଆରମ୍ଭ ହୋଇଛି।