ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ଉତ୍ସବ ଉଦଯାପିତ।

0 293

ପୋଲସରା,୦୨/୦୪(ପିପିଟି):ପୋଲସରା ସ୍ଥିତ ପ୍ରତିଷ୍ଠିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିବସୀୟ ପିଏମ୍ ଶ୍ରୀ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ତଥା ବିଇଓ ଶଙ୍କର୍ଷଣ ସଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଡିଓ ଶଶିଭୂଷଣ ମହାପାତ୍ର ଏବଂ ସମ୍ମାନୀତ ଅତିଥିଭାବେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ଚନ୍ଦ୍ର ଜେନା, ପୋଲସରା ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଶିକ୍ଷାବିତ୍ କାମ୍ଫ ବାଢେଇ, ପୂର୍ବତନ ଶିକ୍ଷକ ସୁରେନ୍ଦ୍ରନାଥ ପାଢ଼ୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରତ୍ନାକର ସାହୁ ଓ ଶିକ୍ଷକ ପ୍ରଭାକର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟ ପରିସର ସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଏଵଂ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳୀ ଦେବାପରେ ଆୟୋଜିତ ଉଦଯାପନୀ ସଭାକାର୍ଯ୍ୟକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଅତିଥିବୃନ୍ଦ ମିଳିତ ଭାବେ ଶୁଭ ଉଦଘାଟନ କରିଥିଲେ। ପରେ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ ଦର୍ଶନ ଦେବାସହ କ୍ରୀଡାର ମହତ୍ବ ଉପରେ ମାର୍ଗଦର୍ଶନ ଦେଇଥିବାବେଳେ ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀଯୁକ୍ତ ବାଢେଇ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଯୋଜନା ଏଵଂ ମନ୍ତ୍ରୀଙ୍କ ଏହି ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ସକାଶେ ରହିଥିବା ଆନ୍ତରିକ ଇଚ୍ଛା ଏଵଂ ସହଯୋଗ ଉପରେ ବକ୍ତବ୍ୟ ରଖିଥିଲେ। ଏଵଂ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ପରେ କ୍ରୀଡ଼ା ଶିକ୍ଷକ ଜ୍ଞାନରଞ୍ଜନ ଜାଲିଙ୍କ ପରିଚାଳନାରେ ଦୁଇ ଦିବସୀୟ କ୍ରୀଡ଼ା ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ପ୍ରତିଦ୍ବନ୍ଦିତା କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ବ୍ୟକ୍ତିଗତ ଏଵଂ ଗ୍ରୁପ୍ ଚାମ୍ପିଆନ୍ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ମାନପତ୍ର ସହିତ ଟ୍ରଫି ଓ ମେଡାଲ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ବିଜ୍ଞାନ ଶିକ୍ଷକ ଡ. ଅମରେଶ ପଟ୍ଟନାୟକ ସୁଚାରୁରୂପେ ସମ୍ପାଦିତ କରିଥିବାବେଳେ ସିଆରସିସି ମଳୟ ରଂଜନ ସାହୁ, ସୁନୀଲ କୁମାର ପାତ୍ର , ଭଗବାନ ଗୌଡଙ୍କ ସମେତ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏଵଂ କର୍ମଚାରି ଗଣ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବାବେଳେ ବିଇଓ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଉପସ୍ଥିତ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

ରିପୋର୍ଟ୍:ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.