ବ୍ୟାସନଗର ପୌରପରିଷଦରେ ଅନାସ୍ଥା ଭୋଟରେ ହାରିଲେ ସଂଗୀତା ।

0 264

ଯାଜପୁର,୦୨/୦୪(ପିପିଟି): ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦରେ ଆଜି ନିର୍ଦ୍ଧାରିତ ସମୟ ଅନୁସାରେ ଅନାସ୍ଥା ଭୋଟ ଅନୁଷ୍ଠିତ ହୋଇଥିଲା । ନିର୍ବାଚନକୁ କଳିଙ୍ଗନଗର ଏଡିମ ତଥା ନିର୍ବାଚନ ଅଧିକାରୀ ସପନ କୁମାର ନନ୍ଦ ନିର୍ବାଚନ ପରିଚାଳନା କରିଥିଲେ । ବ୍ୟାସନଗର ପୌରପରିଷଦ ୨୬ ଜଣ ପାରିଷଦ ଥିଲା ବେଳ ୨୬ ଜଣ ପାରିଷଦଙ୍କ ମଧ୍ୟ୍ୟରୁ ୨୦ ଜଣ ପାରିଷଦ ଆଜିର ଅନାସ୍ଥା ଭୋଟରେ ଭୋଟ ଦେଇଛନ୍ତି । ଅଧ୍ୟକ୍ଷା ପୀଙ୍ଗୁଆ ବିରୁଦ୍ଧ ରେ ୨୦ଜଣ ପାରିଷଦ ଭୋଟ ଦେଇ ଥିଲେ । ସୂଚନା ଯୋଗ୍ୟ ଯେ ସଙ୍ଗିତା ପୀଙ୍ଗୁଆ ବିଜେଡି ଦଳ ପକ୍ଷରୁ ଅଧ୍ୟକ୍ଷା ନିର୍ବାଚିତ ହୋଇଥିଲେ । ତାଙ୍କ ମନମାନି ଓ ସ୍ବେଛାଚାରୀତା ପାଇ ବିଜେଡି ପାରିଷଦ ସହ ମନମାଳିନ ହୋଇ ଥିଲା ଅଧ୍ୟକ୍ଷା ସହ ପାରିଷଦ ବର୍ଗ ପରିଶେଷରେ ଅସନ୍ତୋଷର ବହ୍ନି ବିସ୍ପୋରଣ ନେଲା ବିଜେଡି ପାରିଷଦ ମାନେ ଗତ ମାସ ୬ ତାରିଖରେ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ଥିଲେ । ଜିଲ୍ଲାପାଳ ପୌର ନିୟମ ଅନୁସାରେ ଆଜି ପୌର ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବର ଭୋଟ ପାଇଁ ଦିନ ସମୟ ନିର୍ଦ୍ଧାରିତ ଭୋଟ ଗ୍ରହଣ କାରାଯାଇଥିଲା କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କୁ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରି ଥିଲେ ବିଜେଡିର ୧୬ ଜଣ ପାରିଷଦ, ୪ଜଣ କଂଗ୍ରେସ ପାରିଷଦ ଅଧ୍ୟକ୍ଷତା ବିରୋଧରେ ଭୋଟ ଦେଇ ଥିଲେ । ନିର୍ବାଚନ ଫଳ ଫଳା ଘୋଷଣାକୁ ବିଳମ୍ବ କାରା ଯାଇ ଥିଲା ଫଳ ରେ ଆଶୋତନ୍ତ ପ୍ରକାଶ ପାଇ ଥିଲା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଫଳା ଫଳ ଘୋଷଣା କରା ଥିଲା ଅଧ୍ୟକ୍ଷା ନିଜର ଆତ୍ମ ଗର୍ବି ଅହଙ୍କାର ଯୋଗୁ ପରାଜୟ କଲେ ବୋଲି ପାରିଷଦ ବୃନ୍ଦ କହୁ ଥିଲେ ଧର୍ମର ଜୟ ହେଲା ବୋଲି ଉପ ନଗର ପାଳ ସୁବାଷ ଚନ୍ଦ୍ର ବଲ ପାରିଷଦ ପ୍ରାର୍ଥ ଶାରତି ନାୟକ ବିଭନ୍ନ ଗଣମାଧ୍ୟମ କୁ ସୂଚନା ଦେଇ ଥିଲେ ।

Leave A Reply

Your email address will not be published.