ବେଲଗୁଣ୍ଠା ସାହିତ୍ୟ ଘର ପକ୍ଷରୁ ଉତ୍କଳ ଦିବସ ପାଳନ ; ହାତବୁଣା ଖଦଡ଼ ପିନ୍ଧି ଉତ୍କଳ ଦିବସ ପାଳିଲେ ସଦସ୍ୟ ।

0 260

ବେଲଗୁଣ୍ଠା, ୦୧/୦୪(ପିପିଟି) : ଆଜି ପବିତ୍ର ଉତ୍କଳ ଦିବସ ଅବସରରେ ସମଗ୍ର ଉତ୍କଳ ଉତ୍ସବ ମୁଖର ହୋଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମହାସମାରୋହରେ ଉତ୍କଳ ଦିବସ ପାଳନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜିଠାରୁ ଆରମ୍ଭ୍ ହୋଇଛି ଓଡ଼ିଆ ପକ୍ଷ । ସାହିତ୍ୟ ଘରର ସଦସ୍ୟ ମାନେ ଆଜି ହାତବୁଣା, ଖଦଡ଼ ,ସମ୍ବଲପୁରୀ ଆଦି ପୋଷାକ ପିନ୍ଧି ପାଳିଛନ୍ତି ଉତ୍କଳ ଦିବସ I ଏହି ଅବସରରେ ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ସଭାପତିତ୍ୱରେ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ଏହାର ସଦସ୍ୟ ମାନେ ଉତ୍କଳ ଦିବସ ପାଳନ କରିଛନ୍ତି ।ଷଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ମୁଖ୍ୟ ବକ୍ତା ରୂପେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଓମ୍ ପ୍ରକାଶ ସାହୁ, ସ୍ଵତନ୍ତ୍ର ଅତିଥି ରୂପେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିର ପ୍ରତିଷ୍ଠାତା ତଥା ସମ୍ପାଦକ ସୁଶାନ୍ତ କୁମାର ବେହେରା, ଯୁବ ସମାଜସେବୀ ସନ୍ତୋଷ କୁମାର ସାହୁ,ଶିକ୍ଷକ ମଧୁସୂଦନ ଦାସ୍, ଯୁବ ସ୍ଵେଚ୍ଛାସେବୀ ସୁଶାନ୍ତ କୁମାର ବିଷୋୟୀ, ଅରବିନ୍ଦ ପାତ୍ରଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ I ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବରିଷ୍ଠ ଆଇନଜୀବୀ ଓମ୍ ପ୍ରକାଶ ସାହୁ ନିଜ ବକ୍ତବ୍ୟରେ ଜାତୀୟ ସଙ୍ଗୀତ ଭଳି ରାଜ୍ୟ ସଙ୍ଗୀତ ନିୟମାବଳୀ ପ୍ରଣୟନ ହେବର ଆବଶ୍ୟକତା ରହିଛି ବୋଲି କହିଥିଲେ । ସେ କହିବା ପ୍ରକାରେ ୨୦୦୦ ମସିହାରୁ ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ନିୟମାବଳୀ ସ୍ଥିର କରାଯାଇପାରି ନାହିଁ । ତେଣୁ ରାଜ୍ୟ ସଙ୍ଗୀତକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସଙ୍ଗୀତ ଆଇନ୍ ପ୍ରଣୟନ ହେବା ଜରୁରୀ ବୋଲି ସେ କହିଥିଲେ । ଏହି ଅବସରରେ ଉପସ୍ଥିତ ସଦସ୍ୟ ମାନେ ମାଆ ଦଣ୍ଡ କାଳୀଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳର ଲକ୍ଷ୍ମୀ ମନ୍ଦିର,ବାଲୁଙ୍କେଶ୍ୱର ମନ୍ଦିର, ସତ୍ୟନାରାୟଣ ମନ୍ଦିର ,କନ୍ୟକା ପରମେଶ୍ଵରୀ ମନ୍ଦିର ପରିଦର୍ଶନ କରିଥିଲେ ।

ରିପୋର୍ଟ- ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.