ପାହାଡ଼ ତଳୁ ନର କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ ।

0 412

ଭଞ୍ଜନଗର, ୨୨/୦୩(ପିପିଟି) : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଖଜୁରୀପଲ୍ଲୀ ଗାଁ ନିକଟ କେଟାମଣି ପାହାଡ଼ ତଳୁ ଶନିବାର ଏକ ନର କଙ୍କାଳ ଠାବ ହୋଇଛି। ଖବର ପାଇ ସୋରଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନର କଙ୍କାଳ ଜବତ କରିବା ସହ ଉକ୍ତ ସ୍ଥାନରୁ ଦୁଇଟି ଦରପୋଡା ମୋବାଇଲ,ପ୍ୟାଣ୍ଟ, ସାର୍ଟ ଓ ଛୁରୀ ଜବତ କରିଛି। ପାରିପାର୍ଶ୍ଵିକ ସ୍ଥିତିରୁ ଉଦ୍ଧାର ହୋଇଥିବା ନର କଙ୍କାଳ ଟି ୨୦ରୁ ୨୫ ବର୍ଷ ବୟସ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁସାରେ ଆଜି ସକାଳ ସମୟରେ ସ୍ଥାନୀୟ ଲୋକେ ସେହି ପାହାଡ଼କୁ ଜାଳେଣି କାଠ ଆଣିବାକୁ ଯାଇଥିବା ବେଳେ କେଟାମଣି ପାହାଡ଼ ତଳେ ଏକ ନର କଙ୍କାଳ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣା ସ୍ଥଳରୁ ଛୁରୀ, ପ୍ୟାଣ୍ଟ,ସାର୍ଟ, ଦୁଇଟି ମୋବାଇଲ ଜବତ କରିଛନ୍ତି।ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରଥମେ ଯୁବକଙ୍କୁ ଛୁରୀରେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ପୋଡି ଦିଆଯାଇଥିବା ଅନୁମାନ କରାଯାଉଛି।ଆସ୍କା ଏସ ଡ଼ି ପି ଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

(ରିପୋର୍ଟ- ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.