ଯାଜପୁର ମେକାନିକ ମହାସଂଘ ମେଗା ରକ୍ତ ଦାନ ଶିବିର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ।

0 356

ଯାଜପୁର,୧୭/୦୩(ପିପିଟି):ମେକନିକ ସଘଂ ତରଫରୁ ଆସନ୍ତା ଏପ୍ରିଲ ୧୩ ତାରିଖରେ ବାଲିଚନ୍ଦ୍ର ପୁରରେ ଅନୁଷ୍ଠିତ ହେବାକୁ ଥିବା ସ୍ବେଚ୍ଛାକୃତ ମେଗା ରକ୍ତ ଦାନ ଶିବିର ର ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଆଜି ଜାରକା ଗୋଖନେଶ୍ଵର ମନ୍ଦିର ପରିସର ରେ ଆଜି ପୂର୍ବାହ୍ନ ରେଅନୁଷ୍ଠିତ ହୋଇଥିଲା। ସଂଘର ଉପଦେଷ୍ଟା ମୋହନ ମହାରଣାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସଂଘର ସଭାପତି ରାଜକିଶୋର ସାହୁ,ଉପ ସଭାପତି ଜଗତ ନନ୍ଦ ମହାନ୍ତି, ଉପଦେଷ୍ଟା ଅଶୋକ ସାହୁ,କୋଷାଧ୍ୟକ ଦଶରଥ ମହାରଣା ସମ୍ପାଦକ ମୁନା ଖାନ, ସହସଂପାଦକ ରବିନାରାୟଣ ବିନ୍ଧାଣି, ମୁନା ବିଶ୍ୱଳ ସମେତ ବହୁ ସଂଗଠନର ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମପ୍ରବାହ ସମୟରେ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ କୁ ଅନୁଭବ କରି ପ୍ରଥମ ଥାରପାଇଁ ରକ୍ତଦାନ ଶିବିର ଆୟୋଜନ ନେଇ ଉଦ୍ୟମ କରାଯାଇଥିବା ଉପଦେଷ୍ଟା ମୋହନ ମହାରଣା ସୂଚନା ଦେଇଥିଲେ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ କିଭଳି ପ୍ରତେକ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବେ ସେଥି ପ୍ରତି ଉପସ୍ଥିତ ସଭ୍ୟ ମାନେ ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଥିଲା।

ସଫଳତାର ସହିତ ଶିବିର ଆୟୋଜନ ନେଇ ଆଲୋଚନ କରାଯାଇଥିଲା। କରାଯାଉଛି,ରକ୍ତର ଅଭାବ ସମୟରେ ଥାଲାସେମିଆ ରେ ପୀଡ଼ିତ ଛୋଟ ଛୋଟ ଶିଶୁଙ୍କୁ ସମର୍ପିତ ରକ୍ତଦାନ କରିବା ଶିବିରରେ ଯୋଗଦେବାକୁ ବିନମ୍ର ଅନୁରୋଧ।

Leave A Reply

Your email address will not be published.