ଯାଜପୁରର ନୂତନ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ)ଙ୍କ କାର୍ଯ୍ୟରେ ଯୋଗଦାନ।

0 238

ଯାଜପୁର,୧୭/୦୩(ପିପିଟି): ଆଜି ପୂର୍ବାହ୍ନରେ ଶିବାନନ୍ଦ ସ୍ବାଇଁ ଯାଜପୁର ର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଶ୍ରୀ ସ୍ବାଇଁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ସାକ୍ଷାତ କରି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପ ଜିଲ୍ଲାପାଳ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏଠାରେ ସୂଚନା ଥାଉ କି ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ,ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ ଭଦ୍ରକ ଜିଲ୍ଲାର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛନ୍ତି। ଶ୍ରୀ ସାମଲ ଗତ ମାର୍ଚ୍ଚ ୧୦ ତାରିଖରେ ଏଠାରୁ ରିଲିଭ ହୋଇଥିଲେ।

Leave A Reply

Your email address will not be published.