କବିସୂର୍ଯ୍ୟ ପ୍ରତିଭା ପରିଷଦର ଉନ୍ମୋଚନ ଉତ୍ସବ ଓ ସାହିତ୍ୟ ଆସର ।

0 340

ପୋଲସରା ତା-17/03/2025-କବିସୂର୍ଯ୍ୟ ପ୍ରତିଭା ପରିଷଦ, କବିସୂର୍ଯ୍ୟନଗର, ଗଞ୍ଜାମ ତରଫରୁ ଚଳିତ ତୃତୀୟ ରବିବାର ଦିନ ସାହିତ୍ୟ ସଂକଳନ ରବିପ୍ରଭା ଓ ସାହିତ୍ୟ ଆସର -୨୦୨୫ ମା ବନଦେବୀ ଶକ୍ତିପୀଠ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଅଧିବେଶନଟି ଅନୁଷ୍ଠାନ ସଭାପତି ପ୍ରାକ୍ତନ ବିତ୍ତ ଅଧିକାରୀ ବି. ଚିରଞ୍ଜିବି ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଣ୍ଡପାଣି ମହାପାତ୍ର (ମହା ସଚିବ), ଦକ୍ଷିଣ ଓଡ଼ିଶା (ସାହିତ୍ୟ ସମ୍ମିଳନୀ) ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉଦଘାଟକ ଭାବରେ ମୁଖ୍ୟବକ୍ତା ଶିକ୍ଷାବିତ ତଥା ବିଶିଷ୍ଟ ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଉଦଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଶ୍ରୀ ବଳଦେବଜୀଉ ମହିଳା ମହାବିଦ୍ୟାଳୟ, ବୁଗୁଡ଼ାର ଭାଷା ସାହିତ୍ୟ ବିଭାଗର ଅଧ୍ୟାପକ ଵିଭୂତି ଭୂଷଣ ମିଶ୍ର, ଗଞ୍ଜାମ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି ଯୋଗ ଦେଇଥିଲେ ।ପ୍ରଥମେ ଅତିଥି ବୃନ୍ଦ କବିସୂର୍ଯ୍ୟ ବଳଦେବ ରଥଙ୍କ ଫୋଟୋ ଚିତ୍ରରେ ପୁଷ୍ପ
ମାଲ୍ୟ ଅର୍ପଣ କରିଥିଲେ ।ପରେ ପରିଷଦର ସମ୍ପାଦକ ରାମନାଥ ମାଝୀ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ପୋଲସରାର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ତଥା ଯୁବ ଉପସ୍ଥାପକ ଦେବାଶିଷ ସ୍ୱାଇଁ ପରିଚାଳନା କରିଥିଲେ । ଏହି ଅତିଥିମାନେ କବିସୂର୍ଯ୍ୟ ବଳଦେବ ରଥଙ୍କ ଜୀବନୀ, ଆଦର୍ଶ, ଓଡିଆ ଭାଷା ସାହିତ୍ୟ ପ୍ରତି ତାଙ୍କର ଅବଦାନ, ଆଠଗଡ଼ ମାଟିର ଗର୍ବ ଗୌରବ, କବିସୂର୍ଯ୍ୟ ପ୍ରତିଭା ପରିଷଦ ର ସାହିତ୍ୟ ପ୍ରତି ଉତ୍ସର୍ଗୀକୃତ ମନୋଭାବ ସମ୍ପର୍କ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଅତିଥି ମାନଙ୍କ ଦ୍ୱାରା ବାର୍ଷିକ ମୁଖପତ୍ର ରବିପ୍ରଭା ଉନ୍ମୋଚିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟ ପ୍ରତିଭା ସମ୍ମାନ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ତ୍ରିପାଠୀ,ବାସୁଦେବ ମହାପାତ୍ର ସ୍ମୃତି ସମ୍ମାନ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର,ସରୋଜିନୀ ପାତ୍ର ସ୍ମୃତି ସମ୍ମାନ ଶ୍ରୀଯୁକ୍ତ ହରିହର ମହାପାତ୍ର, ସାହିତ୍ୟ ସାଧକ କବି ପ୍ରମୋଦ ରାଉଳ ଓ ଶ୍ରେଷ୍ଠ ସାମ୍ବାଦିକ ଭାବରେ ପୋଲସରା ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ କବିସୂର୍ଯ୍ୟ ପ୍ରତିଭା ପରିଷଦ ର କୋଷାଧକ୍ଷ ବିପିନ ବିହାରୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ ଦ୍ଵିତୀୟ ଅଧିବେଶନ ରେ କବିତା ପାଠ ଉତ୍ସବରେ ସଭାମୁଖ୍ୟ ଭାବରେ ଶିକ୍ଷାବିତ ତଥା ସାହିତ୍ୟିକ ମିହିର କୁମାର ଶତପଥୀ, ସମ୍ମାନିତ ଅତିଥି ଭାବରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ସାହିତ୍ୟିକ ଦେବାଶିଷ ସ୍ୱାଇଁ ଯୋଗଦେଇଥିବା ବେଳେ ବାଲୁଙ୍କେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବାଲିପଦରର ଅଧ୍ୟକ୍ଷ ପଞ୍ଚାନନ ନାହାକ, ଶିକ୍ଷୟିତ୍ରୀ ମମତା କୁମାରୀ ସୁଆର ପ୍ରମୁଖ ସଂଯୋଜନା ଦାୟିତ୍ୱ ନିର୍ବାହ କରିଥିଲେ ।ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ଯୋଗଦେଇଥିବା କବି ଓ କବୟିତ୍ରୀ ମାନେ ପରିଷଦର ଏଭଳି ସାହିତ୍ୟ କାର୍ଯ୍ୟକ୍ରମକୁ ନେଇ ଭୂୟସୀପ୍ରଶଂସା କରିବା ସହ ନିଜ ନିଜର ସ୍ବରଚିତ କବିତା ଗୁଡ଼ିକୁ ପାଠ କରିଥିଲେ । ପରେ ପରିଷଦ ତରଫରୁ ସମସ୍ତ କବି କବୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା
କାର୍ଯ୍ୟକ୍ରମରେ ଗୀତିକାର ତଥା କବି ନୀଳାଦ୍ରି ବିହାରୀ ମହାପାତ୍ର, ସୁବାସ ଚନ୍ଦ୍ର ତ୍ରିପାଠୀ, ଉତ୍ତମ ଚନ୍ଦ୍ର ରଥ, ଭାସ୍କର ଚନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ସହଯୋଗ କରିଥିଲେ ।ଶେଷରେ ସମ୍ପାଦକ ରାମନାଥ ମାଝୀ ପରିଷଦ ତରଫରୁ ସମସ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.