ମିଳିତ ଅଭିଯୋଗ ଶୁଣାଣୀରେ ମୋଟ ୧୪୬ଟି ଅଭିଯୋଗ ଗ୍ରହଣ।

0 301

ଭଞ୍ଜନଗର, ୧୭/୦୩(ପିପିଟି) : ଭଞ୍ଜନଗରରେ ଜିଲ୍ଲା ସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରାଯାଇଛି।ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି,ଭଞ୍ଜନଗର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ,ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସମୁଦାୟ ୧୪୬ଟି ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।  ସେଥି ମଧ୍ୟରେ ବ୍ୟକ୍ତିଗତ ଅଭିଯୋଗ ୧୩୫ଟି ଓ ଗ୍ରାମାଞ୍ଚଳର ୧୧ଟି ଅଭିଯୋଗ ଥିଲା।ଅତିରିକ୍ତ ଜିଲ୍ଲାପାଳ ତ୍ୱରିତ ୬ଟି ଅଭିଯାଗର ଫଇସଲା କରିଥିଲେ ଏଵଂ ୪ଜଣ ଭିନ୍ନକ୍ଷମଙ୍କୁ  ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି।ଏଂବ ୩ଜଣଙ୍କୁ ରେଡ଼କ୍ରସ ପାଣ୍ଠିରୁ ୧୩ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।ଆଜିର ଅଭିଯୋଗ ଗୁଡିକ ମୁଖ୍ୟତଃ  ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା,ଖାଉଟି କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଜାଗା ଆବଣ୍ଟନ ଉପରେ ମୁଖ୍ୟତଃ ଥିଲା। ଗ୍ରହଣ କରିଥିବା ଅନ୍ୟ ଆବେଦନଗୁଡିକର ଶୁଣାଣି କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇ ତୁରନ୍ତ ତାହାର ସମାଧାନ କରିବା ଦିଗରେ ଅତିରିକ୍ତ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଡେପୁଟି କଲେକ୍ଟର ସୁମନ ଘୋଷ ,ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସୀତାଂଶୁ ଶେଖର ଶତପଥୀ , ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଭଞ୍ଜନଗର ତହସିଲଦାର ଅବିନାଶ ମହାର,ଭଞ୍ଜନଗର ବିଡିଓ  ପୁର୍ଣଚନ୍ଦ୍ର ପାଢ଼ୀ,ପୂର୍ତ୍ତ ବିଭାଗ ଏସଡିଓ ପ୍ରତାପ ନାୟକ,ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡା, ସହାୟକ ଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ,ଅତିରିକ୍ତ ଯୋଗାଣ ଅଧିକାରୀ ଅସିତ କୁମାର ମହାନ୍ତି,ସାମାଜିକ ସୁରକ୍ଷା  ଅଧିକାରୀ ଏସିଓ ଶବର,ଭଞ୍ଜନଗର ଉପଖଣ୍ଡ ସୂଚନା  ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.