ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲିଙ୍କ ମାଲକାନଗିରି ଗସ୍ତ ।

0 295

ମାଲକାନଗିରି,୧୩/୦୩(ପିପିଟି) :ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି ଆଜି ମାଲକାନଗିରି ଗସ୍ତ କରି କରିଛନ୍ତି। ମାଲକାନଗିରି ମାଟି ହେଉଛି ତାଙ୍କ ଜନ୍ମ ମାଟି। ସେ କହିଲେ ଯେ ଯଦିଓ ସେ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି, ହେଲେ ତାଙ୍କ ଆତ୍ମା ରହିଛି ମାଲକାନଗିରି ରେ । ସେ ପ୍ରତି ବର୍ଷ ହୋଲି ପର୍ବରେ ଆସନ୍ତି ମାଲକାନଗିରି ସ୍ଥିତ ପଟେରୁ ସ୍ଥାନକୁ । ଏଠାରେ ବଙ୍ଗୀୟ ସଂପ୍ରଦାୟ ଲୋକମାନେ ଧୁମଧାମରେ ହୋଲି ଉତ୍ସବ ପାଳନ କରିଥାନ୍ତି। ସେ ଏହି ଉତ୍ସବରେ ଯୋଗଦେଇ ସମସ୍ତ ସହ ବନ୍ଧୁ ମିଳନ କରି ଥାନ୍ତି। ଆଜି ମାଲକାନଗିରି ସଦର ମହକୁମା ସ୍ଥିତ ସର୍କିଟ ହାଉସ୍ ଠାରେ ସାମ୍ବାଦିକମାନଙ୍କୁ ନେଇ ଏକ ବନ୍ଧୁ ମିଳନର କାର୍ଯ୍ୟକ୍ରମ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବିଶେଷ କରି ମାଲକାନଗିରିରେ ବିମାନ ଉଡାଣ, ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳକୁ ମାଲକାନଗିରି କଲେଜରେ ପରିଣତ କରିବା, ବଙ୍ଗୀୟ ଗ୍ରାମ ଗୁଡ଼ିକ ରାଜସ୍ବ ଗ୍ରାମରେ ପରିଣତ କରିବା,ବିଏଡ କଲେଜ ଭୂତ କୋଠି ପାଲଟି ଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ କୌଣସି ଶିକ୍ଷକ ପ୍ରଶିକ୍ଷଣ ପାଠ୍ୟକ୍ରମ ଆରମ୍ଭ ନ ହେବା, ତୁରନ୍ତ ଅସମ୍ପୂର୍ଣ୍ଣ ବ୍ରିଜ ଗୁଡିକୁ ନିର୍ମାଣ କରିବା,ସରକାରୀ ଜମିରେ ଦୀର୍ଘ ଦିନ ବସବାସ କରୁଥିବା ଭୂମିହୀନ ଲୋକମାନଙ୍କୁ ପଟା ପ୍ରଦାନ କରିବା, ମାଲକାନଗିରି ଏଡେଡ୍ କଲେଜକୁ ସରକାରୀ ମାନ୍ୟତା ଦେବା, ବଙ୍ଗୀୟ ଶିକ୍ଷକ ନିଯୁକ୍ତି, ଯୌଥ ପରିବାରରେ ରହୁଥିବା ଆଦିବାସୀ ଓ ବଙ୍ଗୀୟ ପରିବାରଙ୍କ ଜମି ପଟାଗୁଡିକୁ ପୃଥକ୍ କରଣ କରି ପଟା ପ୍ରଦାନ
କରିବା ଆଦି ପ୍ରଶ୍ନ କରାଯାଇଥିଲା। ଶ୍ରୀ ଢ଼ାଲି କହିଲେ ଯେ ଯେଉଁ ଯେଉଁ ବିଭାଗରେ ଏହି ସମସ୍ୟାଗୁଡ଼ିକର ସମାଧାନ
ହେବ, ସେ ଉକ୍ତ ସମସ୍ୟାଗୁଡ଼ିକ ନେଇ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ। କିଛି ସମସ୍ଯା ସଂପର୍କେ ସ୍ଥାନୀୟ ଜିଲ୍ଲାପାଳଙ୍କ ସହିତ ମଧ୍ୟ ଆଲୋଚନା କରିବେ ବୋଲି ପ୍ରକାଶ
କରିଥିଲେ। ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସହିତ
ସାକ୍ଷାତ କରି ମାଲକାନଗିରି ଜିଲ୍ଲା ର ବିଭିନ୍ନ ସମସ୍ୟା ଗୁଡିକ
ଉପରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ।
ଏହି ବନ୍ଧୁ ମିଳନରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ନିମାଇଁ
ଚରଣ ପାଲ, ବିଜେପି ଜିଲ୍ଲା ସଂପାଦକ ମାନିକଲାଲ ଚକ୍ରବର୍ତ୍ତୀ, ବରିଷ୍ଠ ବିଜେପି ନେତା ଗଣେଶ ଚନ୍ଦ୍ର ମଣ୍ଡଳ ଏବଂ ଆବାହକ କେଶବ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.