ବ୍ରହ୍ମପୁର,୧୩/୦୩(ପିପିଟି):କିଛି ଦିନ ତଳେ ବିଜିପୁର ବଡ଼ ବନ୍ଧ ପାଖରେ ଆବର୍ଜନା ଗଦା କରୁଥିବା ନେଇ ପଶୁପ୍ରେମୀ ତଥା ଜିଲ୍ଲା ଏସ୍.ପି.ସି.ଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀଙ୍କ ସମେତ ବହୁ ପଶୁପ୍ରେମୀ ଓ ସ୍ଥାନୀୟ ଲୋକେ ମହାନଗର ନିଗମ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତତ୍ ଅନୁଯାୟୀ କତ୍ତୃପକ୍ଷ କହିଥିଲେ ଜାଗା ନଥିବା ଯୋଗୁଁ ଆମେ ଶୁଳ୍ପ ସମୟ ପାଇଁ ସାହି ମଧ୍ଯରେ ଚିହ୍ନଟ କରାଯାଇଥିବା ଜାଗାରେ ଆବର୍ଜନା ଜମା କରୁଛୁ। କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ସାହିର ଠେଲା ଗାଡ଼ିରେ ନେଉଥିବା ମଇଳା ଆବର୍ଜନା ଉକ୍ତ ଜାଗାରେ ପକାଇବା ଫଳରେ ଗାଈଗୋରୁ ଖାଇ ସେମାନେ ରୋଗଗ୍ରସ୍ତ ହୋଇ ମୃତ୍ୟୁ ମୁଖକୁ ଠେଲି ହେଉଛନ୍ତି। ତାହା ସଙ୍ଗେ ସଙ୍ଗେ ପ୍ରଦୂଷିତ ହୋଇ ଜନସାଧାରଣଙ୍କୁ ଅସ୍ତବ୍ଯସ୍ତ କରିଦେଉଛି। ଏଣୁ ଯେଉଁ ଜାଗାରେ ପରିତ୍ୟକ୍ତ ବର୍ଯ୍ୟବସ୍ତୁ ରଖୁଛନ୍ତି ସେହି ଜାଗାଟିର ଚାରିପଟେ ବାଡ଼ ବ୍ୟବସ୍ତା କରାଯାଉ ବା ଉକ୍ତ ଜାଗାରେ ନ ପକାଯାଇ ସେଠାରେ ଟ୍ରାକ୍ଟର ରଖି ଟ୍ରାକ୍ଟର ଜରିଆରେ ନିଆଯାଇ ପାରିଲେ କୌଣସି ଜାଗାରେ ଅଳ୍ପ ସମୟ ପାଇଁ ମଧ୍ୟ ମଇଳା ଆବର୍ଜନା ରହିବ ନାହିଁ। ଯାହା ଫଳରେ ଗାଈଗୋରୁ ଉକ୍ତ ଆବର୍ଜନା ଖାଇ ପାରିବେ ନାହିଁ କି ରୋଗଗ୍ରସ୍ତ ହେବେ ନାହିଁ। ଜନସାଧାରଣ ମଧ୍ୟ ପ୍ରଦୂଷଣରୁ ମୁକ୍ତ ରହିବେ। ଦୁଇ କଥାକୁ ଚିନ୍ତା କରି ଯେଉଁ କଥାଟି ତୁରନ୍ତ ହୋଇପାରିବ ମ୍ୟୁନିସିପାଲଟି କତ୍ତୃପକ୍ଷ ତାହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବୁଦ୍ଧିଜୀବୀ ଓ ପଶୁପ୍ରେମୀ ମହଲରେ ଦାବୀ ହୋଇଛି।