କୋଦଳା,୧୧/୦୩(ପିପିଟି): ବହୁ ପ୍ରତିକ୍ଷିତ ପାରମ୍ପରିକ ଓଡିଶା ପ୍ରସିଦ୍ଧ କୋଦଳା ଦୋଳଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ସୋମବାର ବିଳମ୍ବିତ ରାତ୍ର ରେ କୋଦଳା ବିଜେ ବାବା ଶ୍ରୀ ଦଣ୍ଡିଶ୍ୱର ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ର ଶେଖର ଓ ମଦନ ମୋହନ ନିଜ ନିଜର ବାହାନ ବୃଷଭ /ଗରୁଡ଼ ସହିତ ସୁ ସଜ୍ଜିତ ଦୁଇଟି ଚୌଦୋଳ ମାଧ୍ୟମରେ ମନ୍ଦିରରୁ ବାହାରିଥିଲେ । ଉଭୟ ଠାକୁରଙ୍କ ହଜାର ହଜାର ସମର୍ଥକ ଭକ୍ତଙ୍କ ଗହଣ ରେ ଘଣ୍ଟ ଘଣ୍ଟି, ଢୋଲ, ମୃଦଙ୍ଗ,ଛତି ତରାଶ,ପଶୁପକ୍ଷୀଙ୍କ ନୃତ୍ୟ ନେଇ ଯାତ୍ରାପଦାରେ ପହଞ୍ଚି ଥିଲେ । ସେଠାରେ ଉପସ୍ଥିତ ଥିବା କୋଦଳା ଓ ଏହାର ଆଖପାଖ ଅଞ୍ଚଳର ଉଭୟ ଦଳର ପ୍ରଭୁଭକ୍ତ ଶାନ୍ତିପ୍ରିୟ ପ୍ରତିଦ୍ବନ୍ଦୀ ଭାବେ ନିଜ ନିଜର ପ୍ରଭୁଙ୍କୁ ଦର୍ଶନ କରିବା ସହିତ ଆତସବାଜିର ମଜା ଉପଭୋଗ କରିଥିଲେ । କିଛି ସମୟର ମେଳଣ ପରେ ଉଭୟ ଠାକୁର ଭେଟ ଘାଟ ହୋଇ ନିଜ ନିଜର ରାସ୍ତାରେ ଯାଇ ଗ୍ରାମ ପରିକ୍ରମା କରି ପ୍ରତ୍ୟକ ଦ୍ୱାର ରେ ଭୋଗ ସାରି ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ । ଏମିତି ଚାରିଦିନ ଯାତ୍ରା ପରେ ଯାତ୍ରାପଦା ଅସ୍ଥାୟୀ ମନ୍ଦିରରେ ଦୁଇଦିନ ରହି ଦୋଳ ପୁର୍ଣିମାରେ ବାଣ ଯାତ୍ରା ଏବଂ ହୋଲିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ନିଜ ମନ୍ଦିରକୁ ପ୍ରବେଶ କରିବେ । ବନଯାତ୍ରାରେ ବିଭିନ୍ନ ପ୍ରକାର ଆତସବାଜିର ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ରାମାୟଣ ମଞ୍ଚସ୍ଥ ହେବ ବୋଲି ଉଭୟ କମିଟି ସୂତ୍ରରୁ ପ୍ରକାଶ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)