“ମୋ ପରିବାର”ପକ୍ଷରୁ ବିଶ୍ୱ ମହିଳା ଦିବସ ପାଳିତ ।

0 158

ଜଟଣୀ,୧୦/୦୩: ସଦା ସର୍ବଦା ନିୟାର ପ୍ରୟାସ କରି ଚାଲିଛି ସାମାଜିକ ସଂଗଠନ “ମୋ ପରିବାର” । ଆଜି ଗାନ୍ଧୀ ନଗରରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜନ କାର୍ଯ୍ୟକ୍ରମରେ ପ୍ରଥମେ ସମସ୍ତ ସଦସ୍ୟା ମାନଙ୍କୁ ସ୍ୱାଗତ କରାଯାଇଥିଲା । ତା’ପରେ”ମୋ ପରିବାର”ର ନୀତି ଓ ନିୟମ ବିଷୟରେ ଆଲୋଚନା କରାଯାଇଥିଲା ଓ “ମୋ ପରିବାର” ରେ ଆସିବା ପରେ କିପରି ଜୀବନରେ ଯେଉଁ ସବୁ ପରିବର୍ତ୍ତନ ଆସିଛି,ସେ ବିଷୟରେ ସମସ୍ତ ସଦସ୍ୟା ମାନେ ନିଜ ନିଜର କଥା ପ୍ରକାଶ କରିଥିଲେ ଏବଂ ଆଗକୁ ଗାଁ ଗାଁ ବୁଲି ସମସ୍ତଙ୍କୁ ସଂସ୍କାର ବିଷୟରେ ବାର୍ତ୍ତା ଦେବେ ବୋଲି ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ “ମୋ ପରିବାର”ର ସଦସ୍ୟା ସସ୍ମିତା ମହାପାତ୍ର,ଲିଲି ପଟ୍ଟନାୟକ,ମମତା ଦିବେଦୀ,ଲଷ୍ମୀପ୍ରିୟା ମିଶ୍ର,ସ୍ଵର୍ଣ୍ଣମୟୀ ଦାସ,ଦୀପା ନାୟକ, କଳ୍ପନା ଦାସ,ଵିଷ୍ଣୁ ପ୍ରିୟା ସାହୁ,ଭାରତୀ ସିଂହ,ସିକନ ଦାସ,ଗୀତାଞ୍ଜଳି ନନ୍ଦ,ବୁବୁ ସ୍ୱାଇଁ,ଭାଗ୍ୟଧର ମହାପାତ୍ର ସଦସ୍ୟମାନେ ପରିଚାଳନା କରିଥିବା “ମୋ ପରିବାର”ର ପ୍ରତିଷ୍ଠାତା ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.