କୋଦଳା,୦୮/୦୩(ପିପିଟି): ଶନିବାର କୋଦଳା ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ କଲ୍ୟାଣ ମଣ୍ଡପ ପରିସର ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ ଉପାଧ୍ୟକ୍ଷା ରଞ୍ଜିତା ସେଠି ସମେତ ସମସ୍ତ କାଉନସିଲର ଯୋଗଦେଇଥିବା ବେଳେ ଅତିଥି ଭାବେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଇନଜୀବୀ ମୀରାବାଈ ଦେଓ, ଅଙ୍ଗନୱାଡି ସୁପରଭାଇଜର କମଳ ପଟ୍ଟନାୟକ ଉପସ୍ଥିତ ରହି ମହିଳା ଆନ୍ତର୍ଜାତୀକ ଦିବସ ଉପରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ମହିଳା ମାନଙ୍କ ସୁଭଦ୍ରା ଯୋଜନା ସହିତ ସମସ୍ତ ସରକାରୀ ସହାୟତାର ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟ ନେଇ କୋଦଳା ସେକ୍ଟର ର ସମସ୍ତ ଅଙ୍ଗନବାଡି କର୍ମୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ,ବିଭିନ୍ନ ସାମାଜିକ କାର୍ଯ୍ୟରେ ସହଯୋଗ କରୁଥିବା ଆଶା,ପୋଲିସ, ମହିଳା ସଙ୍ଘ,କଲେଜ ଓ ବିଦ୍ୟାଳୟ ଛାତ୍ର ଛାତ୍ରୀ,ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର,ସ୍ୱଚ୍ଛ କର୍ମୀ ମହିଳା କାଉନସିଲର ଏବଂ ପରିମଳ କାର୍ଯ୍ୟରେ ଦକ୍ଷତା ପ୍ରଦର୍ଶନ କରିଥିବା ସମସ୍ତ ଏନ୍ଏସି ମହିଳା ସଫେଇ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିମଳ ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡିଙ୍କ ସମେତ ସମସ୍ତ ଏନ୍ଏସି କର୍ମକର୍ତ୍ତା ଉପସ୍ଥିତ ଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ।)