ସାମ୍ବାଦିକଙ୍କ ମାତୃ ବିୟୋଗ ।

0 265

ବୋଲଗଡ,୦୪/୦୩(ପିପିଟି)ବୋଲଗଡ ବ୍ଲକ ଫାସିଓଦା ପଞ୍ଚାୟତ ଟାଙ୍ଗୀ ସାହିଗ୍ରାମର ପୂର୍ବ ତରଫ ବତିଶ ଘର, ସାମ୍ବାଦିକ କାର୍ତ୍ତିକ ସ୍ବାଇଁଙ୍କ ମାତା ଝରି ସ୍ୱାଇଁ (୭୨)ବର୍ଷ ବୟସରେ ମଙ୍ଗଳ ବାର ଦିନ ପରଲୋକ ହୋଇଯାଇଛି ।ସ୍ବର୍ଗତ ଝରି ସ୍ୱାଇଁ ବାର୍ଦ୍ଧ୍ୟକ୍ୟ ଅବସ୍ଥାରେ ବହୁଦିନ ଧରି ପଡିରହିଥିଲେ । ସ୍ବର୍ଗତ ଝରି ସ୍ୱାଇଁ ବୋଲଗଡ ଅଞ୍ଚଳର ଜଣେ ଜଣା ଶୁଣା ଥିଲେ । ସେ ବୋଲଗଡ ଅଞ୍ଚଳରେ ସେ ଲୋକମାନଙ୍କର ସୁଖ, ଦୁଃଖର ସାଥୀଥିଲେ । ସ୍ବର୍ଗତ ଝରି ସ୍ୱାଇଁ ଜଣେ ସ୍ନେହୀ, ମିଷ୍ଠ ଭାଷୀ, ପରୋପକାରୀ, ମେଳାପୀ ଓ ଧର୍ମ ପରାୟଣ ବ୍ୟକ୍ତିଥିଲେ l ତାଙ୍କ ବିୟୋଗ ଯୋଗୁଁ ବୋଲଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବହୁ ସାମ୍ବାଦିକ, ରାଜନେତା, ଜନ ସାଧାରଣ ଓ ଯୁବ ବର୍ଗ ତାଙ୍କର ଅନ୍ତିମ ଦର୍ଶନ କରି ଆତ୍ମାର ସଦ୍ଗତି କାମନା କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ବର୍ଗଙ୍କୁ ଜଗତର ନାଥ ଜଗନ୍ନାଥ ସହାୟ ହୁଅନ୍ତୁ ବୋଲି କାମନା କରିଥିଲେ । ତାଙ୍କ ମର ଶରୀରକୁ ଏକ ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତ ଜନ ସାଧାରଣ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ମିଳିତ ଭାବେ ଗ୍ରାମ୍ୟ ପରିକ୍ରମା କରି ଗ୍ରାମ ସ୍ମଶାନରେ ଶବ ଦାହ କରିଥିଲେ । ତାଙ୍କର ଦୁଇ ପୁତ୍ର ମନୋଜ ସ୍ୱାଇଁ ଓ କାର୍ତ୍ତିକ ସ୍ୱାଇଁ। ବଡ଼ପୁଅ ମନୋଜ ସ୍ୱାଇଁ ମୁଖାଗ୍ନୀ ଦେଇଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.