ବିଧାୟକଙ୍କୁ କୃତଜ୍ଞତା ଜଣାଇଲେ ଗ୍ରାମବାସୀ ।

0 329

ଭଞ୍ଜନଗର, ୦୪/୦୩(ପିପିଟି):ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ପାଟରାପଲ୍ଲୀ ଗ୍ରାମବାସୀ ମଙ୍ଗଳବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଭେଟି ଗ୍ରାମର ମନ୍ଦିର ସମେତ ଅନ୍ୟାନ୍ୟ ଉନ୍ନତୀ ପାଇଁ ସହଯୋଗ କାମନା କରିଛନ୍ତି। ଏହି ସମୟରେ ବିଧାୟକ ମନ୍ଦିର ଉନ୍ନତି ପାଇଁ ଯାହା ଅର୍ଥ ଆବଶ୍ୟକ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଗ୍ରାମର ଅନ୍ୟାନ୍ୟ ଉନ୍ନତିକରଣର ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି।ବିଧାୟକ ଆହୁରି କହିଛନ୍ତି, ଚଳିତବର୍ଷ ଠାରୁ ପ୍ରତି ପଞ୍ଚୟତର ଉନ୍ନତି ପାଇଁ ଏକ କୋଟି ଟଙ୍କା ବାର୍ଷିକ ଅନୁଦାନ ମିଳିବ। ୫ ବର୍ଷରେ ୫ କୋଟି ଟଙ୍କା ଗୋଟିଏ ପଞ୍ଚାୟତକୁ ଅନୁଦାନ ଦିଆଯିବ। ଏହିଭଳି ଭଞ୍ଜନଗର ନିର୍ବାଚନମଣ୍ଡଳୀର ସମସ୍ତ ୪୭ଟି ପଞ୍ଚାୟତର ଉନ୍ନତି ପାଇଁ ୫ ବର୍ଷରେ ୨୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ଉକ୍ତ ଅର୍ଥ ସରପଞ୍ଚମାନେ ନିଜ ପଞ୍ଚାୟତର ଉନ୍ନତି ପାଇଁ ଖର୍ଚ୍ଚ କରିବେ । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏହି ଯୋଜନା ଲାଗୁ କରିଛନ୍ତି। ରାଜ୍ୟର ସମସ୍ତ ପଞ୍ଚାୟତକୁ ଏହିଭଳି ଅନୁଦାନ ଦିଆଯିବ। ଏହାଦ୍ବାରା ଗ୍ରାମାଞ୍ଚଳର ବିକାଶ ହୋଇ ପାରିବ ବୋଲି ବିଧାୟକ କହିଛନ୍ତି।ବିଧାୟକଙ୍କ ଠାରୁ ପ୍ରତିଶୃତି ପାଇ ଗ୍ରାମବାସୀ ମାନେ କୃତଜ୍ଞତା ଜଣାଇଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.