ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ନୂତନ ବିଡ଼ିଓ ।

0 456

ପୋଲସରା, ୦୨/୦୩(ପିପିଟି) : ପୋଲସରା ବ୍ଲକର ନୂତନ ବିଡ଼ିଓ ଶଶିଭୂଷଣ ମହାପାତ୍ର କାର୍ଯ୍ୟଭାର ଗ୍ରହଣ କରିବା ପରେ ଶନିବାର ଦିନ କିଛି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଦେଖିଥିଲେ। ବିଶେଷକରି ବିଡ଼ିଓ ଶ୍ରୀ ମହାପାତ୍ର ବେଲଗାଁ ଗ୍ରାମପଞ୍ଚାୟତର ବଘାଡ଼ି ଗ୍ରାମରେ ପହଞ୍ଚି ତିନୋଟି କଲଭର୍ଟ ଓ ମେଟାଲ ମୋରମ ପଡ଼ିଥିବା ରୋଡ ବୁଲି ଦେଖିଥିଲେ। ବିଡ଼ିଓ ମହାପାତ୍ର ପ୍ରକଳ୍ପ ବୁଲି ଦେଖିବା ସମୟରେ ଯନ୍ତ୍ରୀ ଶ୍ରଦ୍ଧାନ୍ତ ପ୍ରସାଦ ସାହୁ, ବେଲଗାଁ ସରପଞ୍ଚ ମନୋଜ କୁମାର ପ୍ରଧାନ ଉପସ୍ଥିତ ଥିଲେ। ବିଡ଼ିଓ ପଞ୍ଚାୟତର ଜନପ୍ରତିନିଧିମାନଙ୍କୁ ସଠିକ ଭାବେ କାମ କରାଇବା ପାଇଁ ପରାମର୍ଶ ଦେଇଥିଲେ। ସଠିକ କାମ କଲେ ବିଲ କାର୍ଯ୍ୟରେ କୌଣସି ଅସୁବିଧା ହେବନାହିଁ ବୋଲି କହିଥିଲେ। ସରକାରଙ୍କ ଯୋଜନା ଗୁଡିକର ସୁଫଳ ଜନସାଧାରଣ ପାଇବେ ସେଥିପାଇଁ ଦୃଷ୍ଟିରଖି ଲୋକମାନଙ୍କ ସେବା କରିବି ବୋଲି ବିଡ଼ିଓ ପ୍ରକାଶ କରିଥିଲେ। ଏଥିସହିତ ସୋଡକ ଗ୍ରାମର ଦିବ୍ୟାଙ୍ଗ ମହିଳା ଶଶୀ ଗୌଡ଼ଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ସମ୍ପୃକ୍ତ ମହିଳାଙ୍କ ଲାଗି ଦୀର୍ଘ ଦୁଇବର୍ଷ ହେବ ସୋଡକ ସରପଞ୍ଚ ଉତ୍କଳ ପ୍ରଧାନ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ସମ୍ପୃକ୍ତ ମହିଳାଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଥିବା ଯୋଗୁଁ ବିଡ଼ିଓଙ୍କୁ ସରପଞ୍ଚ ଧନ୍ୟବାଦ ଜଣାଇଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.