ଗୁଳି ମାଡ଼ରେ ଜଣେ ଯୁବକ ମୃତ୍ୟୁ ।

0 278

ଢେଙ୍କାନାଳ ସଦର,୨୩/୦୨(ପିପିଟି) : ଗୁଳି ମାଡ଼ରେ ଜଣେ ଯୁବକ ମୃତ୍ୟୁ ଏଭଳି ଏକ ଦୁଃଖଦ ଖବର ଆସି ପହଞ୍ଚିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରୁ । ଗତକାଲି ବିଳମ୍ବିତ ରାତିରେ ସଦର ଥାନା ଫାସିଗାଁ ଗ୍ରାମ ନିକଟରେ ଫାର୍ମ ହାଉସରେ ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ । ଫାସିଙ୍ଗା ଶିବମନ୍ଦିର ନିକଟ ନିଜ ଫାର୍ମ ହାଉସରେ ଗତ ରାତିରେ ଶୋଇଥିବା ବେଳେ ଫାର୍ମ ହାଉସକୁ କେହି ଦୃର୍ବୁତ୍ତ ଆସି ଟର୍ଚ୍ଚ ମାରିଥିଲେ ଏହା ଦେଖି ଗୋବିନ୍ଦ ପାଟି କରିବାରୁ ଦୃର୍ବୁତ୍ତ ମାନେ ଗୁଳି ମାଡ଼ କରିଥିଲେ । ପରିବାର ଲୋକ ଗୋବିନ୍ଦଙ୍କୁ ଗୁରୁତର ଭାବେ ଉଦ୍ଧାର ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.