ମେଣ୍ଡା ଗ୍ରାମକୁ ନୂତନ ବ୍ଲକ ଗଠନ ଦାବିରେ ବୈଠକ ଅନୁଷ୍ଠିତ ।

0 248

ସୁବର୍ଣ୍ଣପୁର ,୧୭/୦୨(ପିପିଟି) : ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ବିଭିନ୍ନ ସ୍ଥାନରେ ନୂତନ ବ୍ଲକ ଗଠନ ନେଇ ଦାବି ଉଠିଛି । ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବୃହତ ଗ୍ରାମ ଭାବରେ ପରିଚିତ ମେଣ୍ଡା ଗ୍ରାମ କୁ ନୂତନ ବ୍ଲକ ଗଠନ ଦାବିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ଏହି ସଭାରେ ମେଣ୍ଡା ତଥା ଆଖପାଖ ଅଂଚଳର ଶତାଧିକ ଲୋକ ଯୋଗଦାନ କରିଥିଲେ । ମୁକୁନ୍ଦ ସାହୁଙ୍କ ସଭାପତିତ୍ୱ ରେ ଅନିଷ୍ଠିତ ଏହି ସଭା ରେ ସନାତନ କର୍ମୀ ସ୍ୱାଗତ ଭାଷଣ ଦେଇଥିବେଳେ ନରୋତ୍ତମ ମଲ୍ଲିକ ଉଦ୍ଧେଶ୍ୟ ଜ୍ଞାପନ କରିଥିଲେ । ମେଣ୍ଡା ଗାଁ ଟି ଭୌଗୋଳିକ, ଗମନାଗମନ, ଜନସଂଖ୍ୟା ଦୃଷ୍ଟିକୋଣରୁ ବ୍ଲକ ହେବାପାଇଁ ଯୋଗ୍ୟ ହୋଇଥିବା ବେଳେ ଦେଉଳପଦର, ରାଣିସର୍ଡl, ପାଇକବାହାଲ,ପୁଆ, ଜରାଜlରିଙ୍ଗ, ନାରାୟଣପୁର, ବଲାଡି, ଛକୋରମାଲ,ଶିବତୁଲା ପ୍ରମୁଖ ଗ୍ରାମପଞ୍ଚାୟତ କୁ ନେଇ ନୂତନ ମେଣ୍ଡା ବ୍ଲକ ଗଠନ ପାଇଁ ଦାବିକରାଯିବାକୁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଆଗତ କରାଯାଇଛି । ଏକ କମିଟି ଗଠନ ସହ ଆଗାମୀ ଦିନରେ ଏହି କମିଟି ଉପରୋକ୍ତ ଗ୍ରାମପଞ୍ଚାୟତର ଜନପ୍ରତିନିଧି ମାନଙ୍କ ଠାରୁ ସମ୍ମତି ପତ୍ର ଆଣିବାପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆଗାମୀ ଦିନରେ ମେଣ୍ଡା କୁ ବ୍ଲକ ଘୋଷଣା ଦାବିକୁ ଆହୁରି ଜୋରଦାର କରାଯିବା ସହ ବିଡ଼ିଓ, ଜିଲ୍ଲାପାଳ, ସ୍ଥାନୀୟ ଜନପ୍ରତିନିଧି ଏବଂ ବିଭିନ୍ନ ମନ୍ତ୍ରୀଙ୍କ ନିକଟରେ ଦାବୀ ଉପସ୍ଥାପନା କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.