ଗଞ୍ଜାମ ଜିଲ୍ଲା ଓୟୁଜେ ପକ୍ଷରୁ ତିନିଗୋଟି ଦାବୀ ପୁରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ।

0 267

ପୋଲସରା ,୧୫/୦୨(ପିପିଟି): ଆଜି ଗଂଜାମ ଜିଲ୍ଲା ଓୟୁଜେ ତରଫରୁ ଗଂଜାମ ଜିଲ୍ଲାପାଳଙ୍କ ଜରିଆରେ ପେନସନ, ପ୍ରୋଟେକ୍ସନ୍ ଓ ଆକ୍ରିଡେସନ୍ ଏହି ତିନିଗୋଟି ଦାବୀ ପୁରଣ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପତ୍ରାଙ୍କ ସଂଖ୍ୟା ୦୭/୨୫ ମାଧ୍ୟମରେ ଦାବୀ କରାଯାଇଛି। ଯଦି ସରକାର ଦାବୀ ପୁରଣ ନ କରନ୍ତି,ତେବେ ସଂଘ ପୁନର୍ବାର ଆନ୍ଦୋଳନ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି। ଜିଲ୍ଲା ପୁର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସଂପାଦକ ସନ୍ତୋଷ କୁମାର ମିଶ୍ର, ସଂପାଦକ ସନ୍ତୋଷ କୁମାର ପଣ୍ଡା, ବରିଷ୍ଠ ସାମ୍ବାଦିକ ହରିହର ପାତ୍ର, କ୍ଷେତ୍ରବାସି ସାହୁ, ରବିନ୍ଦ୍ର ନାହକ, ସୁଧିର କୁମାର ନାହକ, ଅରୁଣ କୁମାର ପଣ୍ଡା, ଦେବେନ୍ଦ୍ର କୁମାର ପଣ୍ଡା, ଅଶୋକ କୁମାର ରଥ ପ୍ରମୁଖ ସାମ୍ବାଦିକ ମାନେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟକୁ ଯାଇ ସ୍ମାରକ ପତ୍ର ପ୍ରଦାନ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.