ଭଞ୍ଜନଗର, ୧୧/୦୨(ପିପିଟି) : ଭଞ୍ଜନଗର ଏନଏସି ଟାଉନ ହଲ ଠାରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଭଞ୍ଜନଗର ସହାୟତାରେ ଆଇନ ସଚେତନତା କାର୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଏନଏସି ଉପାଧକ୍ଷା ଶୁଭଶ୍ରୀ ଦାଶ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନରିସଭା ନାୟକ, ଗଞ୍ଜାମ ଜିଲ୍ଲା ପିଓ ଜି ନାଗରତ୍ନମ୍, ସିଡିପିଓ ମିଲିମା କୁମାରୀ ପଣ୍ଡା, ବରିଷ୍ଠ ଆଇନଜିବୀ ଅଳକା ମଞ୍ଜରୀ ପଟ୍ଟନାୟକ, ମନୋଜ ପଟ୍ଟନାୟକ, ସ୍ନିଗ୍ଧା ଦାଶ, ସନ୍ତୋଷ କୁମାର ନାୟକ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରି ଶଙ୍କର ଶତପଥି, ରିସର୍ସ ପର୍ସନ୍ ଦାସରଥୀ ତ୍ରିପାଠୀ, କେଏସୟୁବି କଲେଜ ଅଧ୍ୟାପକ, ସାବିତ୍ରୀ ମହିଳା ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, ୱାନ ଷ୍ଟପ ସେଣ୍ଟର ସଂଯୋଜିକା, ସଖ୍ ସଦନ ସଂଯୋଜିକା, ବ୍ରହ୍ମପୁର ଆଇନା ଏନଜିଓ ଅଧିକାରୀ, ଭଞ୍ଜନଗର, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭଞ୍ଜନଗର, ଏନଏସି ଯନ୍ତ୍ରୀ, ମିଶନ ଶକ୍ତି ବ୍ଲକ ସଂଯୋଜକ ଅଧିକାରୀ, ସମସ୍ତ ଅଞ୍ଚଳ ପରିଦର୍ଶୀକା ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ଏସଏଚଜି ମହିଳା, କଲେଜ ଛାତ୍ରଛାତ୍ରୀ, ସିଆରପି, ଏମବିକେ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । ସିଡିପିଓ କାର୍ଯକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ବିଧାୟକ ଶ୍ରୀ ନାୟକ କାର୍ଯକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥିଲେ। ବରିଷ୍ଠ ଆଇନଜିବୀ ତଥା ଉପସ୍ଥିତ ସମସ୍ତ ଅତିଥିମାନେ ନାରୀମାନଙ୍କ ପାଇଁ ଆଇନ ସଚେତନତା ଉପରେ ଆଲୋକପାତ କରିଥିଲେ । ରିସର୍ସ ପର୍ସନ୍ ଦାସରଥୀ ତ୍ରିପାଠୀ ପ୍ରୋଜେକ୍ଟର ମାଧ୍ୟମରେ ଘରୋଇ ହିଂସା ଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ହେଉଥିବା ନାରୀ ମାନଙ୍କ ପ୍ରତି ହିଂସା, ନିର୍ଯାତନା ଏବଂ ତାହାର ପ୍ରତିକାର ପାଇଁ ସରକାରଙ୍କ ତରଫରୁ ହୋଇଥିବା ଆଇନଗତ ପଦକ୍ଷେପ ଓ ସହାୟତା ରାଶି ଏବଂ ଛାତ୍ର ଛାତ୍ରୀ କିପରି ସଚେତନ ହୋଇ ନିଜେ ଶିଖିବେ ଏବଂ ଅନ୍ୟକୁ ପରାମର୍ଶ ଦେବେ ସମସ୍ତ ବିଷୟ ଉପରେ ଆଲୋକପାତ କରିଥିଲେ। ଅଙ୍ଗନୱାଡି କର୍ମୀ ଅଲିଭା ପାତ୍ର କାର୍ଯକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)