କନିଆରୀ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକଉତ୍ସବ ଏବଂ କ୍ଲଷ୍ଟର ସ୍ତରୀୟ ନିପୂଣ ମେଳା ।

0 285

ପୋଲସରା ୧୦/୦୨/୨୦୨୫:- ପୋଲସରା ବ୍ଲକ ନିକଟସ୍ଥ କଳିଙ୍ଗ ନୋଡାଲ ଉଚ୍ଚ ବିଦ୍ୟାଳୟ କନିଆରୀର ୪୩ ତମ ବାର୍ଷିକ ଉତ୍ସବ ଏବଂ କନିଆରୀ କ୍ଲଷ୍ଟର୍ ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ହରିବନ୍ଧୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ କବିସୂର୍ଯ୍ୟନଗର ବି ଡି ଓ ସୁଶ୍ରୀ ସ୍ୱାଗତିକା ଷଡଙ୍ଗୀ ଏବଂ ସ୍ବତନ୍ତ୍ର ଅତିଥିଭାବେ ବି ଇ ଓ ଅଭିମନ୍ୟୁ ସାହୁ ଯୋଗଦେଇଥିଲେ। ଏହି ଅବସରରେ ଅତିଥିଦ୍ୱୟ କାର୍ଯ୍ୟକ୍ରମଟିକୁ ପ୍ରଦୀପ ପ୍ରଜ୍ଳଳନ ପୂର୍ବକ ଶୁଭ ଉଦ୍ଘାଟନ କରିବାସହ ଆଧୁନିକ ପାଠାଗାର ଏବଂ ଆଧୁନିକ ବିଜ୍ଞାନ ପ୍ରୟୋଗଶାଳାକୁ ମଧ୍ୟ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ କନିଆରୀ ପଞ୍ଚାୟତ ସରପଞ୍ଚ ରବୀନ୍ଦ୍ର ବେହେରା, ଏସ ଏମ ସି ସଭାପତି ଟୁଟୁ ସାହୁ, ବି ଆର୍ ସି ସି ରବିନାରାୟଣ ବେହେରା, ଗ୍ରାମ୍ୟ କମିଟି ସଭାପତି ଲଡୁକିଶୋର ସାହୁ ଏବଂ ୯ ଜଣ ସି ଆର୍ ସି ସି ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ପିଲାମାନଙ୍କୁ ଦିଗଦର୍ଶନ ଦେବା ସହ ୧୦୦ରୁ ଉର୍ଦ୍ଧ୍ବ କୃତି ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର, ପାଠ୍ୟ ଉପକରଣ ଏବଂ ଟ୍ରଫି ପ୍ରଦାନ କରିଥିଲେ।
ଏଥିସହ ଅନୁଷ୍ଠାନର ଅବସରପ୍ରାପ୍ତ ବରିଷ୍ଟ କିରାଣୀ ପ୍ରସନ୍ନ କୁମାର ସାହୁଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସଭାକାର୍ଯ୍ଯ ପରିଚାଳନା, ଅତିଥି ସ୍ବାଗତ ଓ ପରିଚୟ ଏବଂ ଶେଷରେ
ଧନ୍ୟବାଦ ଶିକ୍ଷକ ମିଲନ କୁମାର ପ୍ରଧାନ ପ୍ରଦାନ କରିଥିବା ବେଳେ ଛାତ୍ରଛାତ୍ରୀମାନେ ବେଶ୍ ସୁନ୍ଦର ଭାବେ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରି ପ୍ରଶଂସା ସାଉଁଟିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.