ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ।

0 388

ପୋଲସରା ,୦୪/୦୨(ପିପିଟି) ; ଆଜି ଗଞ୍ଜାମ ଜିଲ୍ଲା ପୋଲସରା ସ୍ଥିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ -୨୦୨୫ ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ , ମୁଖ୍ୟବକ୍ତା ଭାବେ ପ୍ରଦୀପ କୁମାର ପରମଗୁରୁ (ଅଧ୍ୟକ୍ଷ, ଆର ଡବ୍ଲୁ ଏଚ୍ ଏସ ଏସ ପୋଲସରା) ସମ୍ମାନିତ ଅତିଥିଭାବେ କାମ୍ପ ବାଢେଇ (ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ) ଏବଂ ବବିତା ପଣ୍ଡା ଏସ ଏମସି ସଭାପତି) ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ଅତିଥି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରିଥିଲେ। ପରେ ଅତିଥିମାନଙ୍କୁ ସ୍ଵାଗତ ଏବଂ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅତିଥିମାନେ ଛାତ୍ରୀ ମାନଙ୍କୁ ଦିଗଦର୍ଶନ ଦେଇଥିଲେ। ପ୍ରଧାନ ଶିକ୍ଷୟତ୍ରୀ ବାର୍ଷିକ ସମ୍ପାଦକିୟ ବିବରଣୀ ପଠନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷାକ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ମୋଟ ୬୩ଜଣ ଛାତ୍ରୀମାନଙ୍କୁ ଅତିଥିମାନେ ଅନୁଷ୍ଠାନ ତରଫରୁ ପ୍ରଶଂସାପତ୍ର ଏବଂ ଟ୍ରଫି ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା ଶିକ୍ଷୟତ୍ରୀ ଲୀଳାବତୀ ବେହେରା, ଅତିଥି ପରିଚୟ ଶିକ୍ଷକ ମିଥୁନ କୁମାର ରାଉତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ୨ଜଣ ପ୍ରତିଷ୍ଠାତା ତଥା ପୂର୍ବତନ ଉଚ୍ଚ ନ୍ୟାୟାଲୟର ମୁଖ୍ୟ ବିଚାରପତି ସ୍ବର୍ଗତ ଲିଙ୍ଗରାଜ ପାଣିଗ୍ରାହୀ ଏବଂ ଲେଟ. ହରିବନ୍ଧୁ ନାୟକ ଉଭୟଙ୍କ ଫଟୋ ଚିତ୍ରରେ ମଞ୍ଚାସିନ ଅତିଥିବୃନ୍ଦ ଭକ୍ତିପୁତ ଭାବେ ପୁଷ୍ପ ମଲ୍ଲ୍ୟାପଣ କରି ଶ୍ରଧାଞ୍ଜଳି ଜ୍ଞାପନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ (ରୁମୁକୁଝୁମାନା) ଛାତ୍ରୀମାନେ ପରିବେଷଣ କରିଥିଲେ। ପରିଶେଷରେ ଶିକ୍ଷକ ନିରଞ୍ଜନ ଦୀକ୍ଷିତ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.