ବୋଲଗଡ଼ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଉଦଯାପିତ।

0 319

ବୋଲଗଡ଼,୦୪/୦୨(ପିପିଟି):ତାଳତୁମ୍ବ ସ୍ଥିତ ପଶିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୋଲଗଡ଼ ମଣ୍ଡଳ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଏବଂ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ମେଳା ଅବସରରେ ଆୟୋଜିତ ଉଦ୍ଘାଟନୀ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ସଭାପତିତ୍ବ ଏବଂ ଶିକ୍ଷକ ସନ୍ତୋଷ ସାମଲ ସଂଯୋଜନା କରିଥିଲେ ଉକ୍ତ ସଭାରେ ବୋଲଗଡ଼ ବ୍ଲକ ଅଧ୍ୟକ୍ଷା
ହୁଲାସ ପ୍ରଧାନ ମୁଖ୍ୟ ଅତିଥି,ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ
ମୁଖ୍ୟ ବକ୍ତା,ବାଙ୍କୋଇ ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁବାସ ଚନ୍ଦ୍ର ରାୟଗୁରୁ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀ,ସହଗୋଷ୍ଠୀ ଶିକ୍ଷାଧିକାରୀ ଅମିତା ମିଶ୍ର ,ପ୍ରଧାନ ଶିକ୍ଷୟିତ୍ରୀ ପ୍ରଣତି ସିଂହ ,ବିଦ୍ୟାଳୟ ପରିଚାଳନା ପରିଷଦ ଅଧ୍ୟକ୍ଷ ପବିତ୍ର କୁମାର ବେହେରା, ୱାଡ ସଭ୍ୟ ସଚ୍ଚିତ୍ର କୁମାର ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।
ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସଭାରେ ବୋଲଗଡ଼ ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ୱାଇଁ ସଭାପତିତ୍ୱ ଏବଂ ଶିକ୍ଷକ ବିଜୟ କୁମାର ସାହୁ ସଂଯୋଜନା କରିଥିଲେ। ଏଥିରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ
ବେହେରା ମୁଖ୍ୟ ଅତିଥି, ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ପ୍ରତିଷ୍ଠାନ ପ୍ରଶିକ୍ଷିକା ଡ଼.ମଞ୍ଜୁଲତା ହାଂସଦା ମୁଖ୍ୟ ବକ୍ତା,ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ଦେଉଳି ସାଧନ କେନ୍ଦ୍ର ସଂଯୋଜକ ରବୀନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଅଂଶ ଗ୍ରହଣ କରିଥିବା ପ୍ରଥମ
ଶ୍ରେଣୀରୁ ତୃତୀୟ ଶ୍ରେଣୀର ମୋଟ ୯୦ ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଉକ୍ତ ମେଳାରେ ୯୦ ଜଣ ଅଭିଭାବକ ଅଭିଭାବିକା,୧୪ ଜଣ ସାଧନ କେନ୍ଦ୍ର ସଂଯୋଜକ ସାମିଲ ହୋଇ ମେଳାକୁ ସଫଳ କରିଥିଲେ। ପଶ୍ଚିମେଶ୍ୱର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.