ବେଲଗୁଣ୍ଠାରେ ବିଧାୟକଙ୍କ ଚାଏ ପେ ଚର୍ଚ୍ଚା ।

0 396

ବେଲଗୁଣ୍ଠା, ୨୩/୦୧(ପିପିଟି):ବେଲଗୁଣ୍ଠାରେ ଆଜି ସୋରଡା ବିଧାୟକ ନୀଳମଣି ବିଷୋୟୀ ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମ କରିଛନ୍ତି ।ସବେଲଗୁଣ୍ଠା ସହରର ଚାରି ନମ୍ବର୍ ୱାର୍ଡ୍ ରା ମନୋଜ ଦଳେଇଙ୍କ ଘରେ ଆଜି ବିଧାୟକ ଶ୍ରୀ ବିଷୋୟୀ ଚାହା ପିଇବା ସହିତ ଚାରି ନମ୍ବର୍ ୱାର୍ଡ୍ ର ଉନ୍ନତି, ସ୍ଵଚ୍ଛ ପରିବେଶ ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର ସାହିର ବହୁ ଯୁବକ ଯୁବତୀ ଏକତ୍ରିତ ହୋଇ ବିଧାୟକ ଶ୍ରୀ ବିଷୋୟୀଙ୍କୁ ସମ୍ମାନିତ କରିବା ସହିତ ନିଜ ନିଜର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ଯୁବ ନେତା ଜିତୁ ନାୟକ,ଟି ଲିଙ୍ଗରାଜ ପାତ୍ର, ଟି.ବବିତା ପାତ୍ର ଏବଂ ସାହିର ଯୁବକ ମାନେ ଉପସ୍ଥିତ ଥିଲେ । ବିଧାୟକଙ୍କ ଏହିଭଳି କାର୍ଯ୍ୟକ୍ରମ ଜନ ସମ୍ପର୍କ ବୃ୍ଦ୍ଧି କରୁଥିବାରୁ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି । ସାହିର ଯୁବକ ଯୁବତୀ ମଧ୍ୟ ନିଜର ପ୍ରିୟ ବିଧାୟକଙ୍କୁ ପାଖରେ ପାଇ ବହୁତ ଖୁସି ଥିଲେ ।

ରିପୋର୍ଟ-ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.